ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା, ଓଡିଶା ସରକାରଙ୍କ “ମୋ କଲେଜ ଅଧ୍ୟକ୍ଷ” ତଥା ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ର ଉପଦେଷ୍ଟା ଆକାଶ ଦାସନାୟକ ରବିବାର ଦିନ ନିଜର ଜନ୍ମଦିନ ପାଳନ କରିଛନ୍ତି। ପ୍ରତିବର୍ଷ ଭଳି ଏଥର ମଧ୍ୟ ସେ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଛନ୍ତି। ସେ ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅନାଥ ଆଶ୍ରମର କୁନିକୁନି ପିଲା, ସେବାଶ୍ରମ, ମୁକବଧୀର ବିଦ୍ୟାଳୟ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପାଳନ କରିଆସୁଛନ୍ତି। ଏହି ବର୍ଷ ଭୁବନେଶ୍ୱରସ୍ଥିତ ପଳାସପଲ୍ଲୀ ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ଗହଣରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି।

Advertisment

ଆକାଶ ତାଙ୍କ ଜନ୍ମଦିନ ଉପଲକ୍ଷେ ଏହି ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟଶିବିର ଆୟୋଜନ କରିଥିଲେ। ସ୍ପର୍ଶ ହ୍‍ସପିଟାଲର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ବିନା ଦେୟରେ ଦିଆଯାଇଥିଲା। ଏହି ବିଦ୍ୟାଳୟର ପିଲାମାନଙ୍କ ମନୋରଞ୍ଜନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜନ୍ମଦିନରେ ଏହି ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଆକାଶଙ୍କର ଏହା ଥିଲା ଏକ ନିଆରା ପ୍ରୟାସ । ମୁକବଧୀର ବିଦ୍ୟାଳୟର କର୍ମକର୍ତ୍ତା ଓ ପିଲାମାନେ ଆକାଶଙ୍କ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଆକାଶଙ୍କୁ ପାଖରେ ପାଇ ପିଲାମାନେ ବହୁତ ଖୁସି ହେବା ସଂଗେ ସଂଗେ ତାଙ୍କ ଦୀର୍ଘ ଜୀବନ ପାଇଁ ଭଗବାନଙ୍କ ପାଖରେ ଶୁଭ ମନାସୀଥିଲେ ଏବଂ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ। ଆକାଶ ମୁକବଧୀର ପିଲାମାନଙ୍କ ସହ ଖୁସି ବାଂଟିଥିଲେ । ସେ କହିଥିଲେ – “ଖୁସି ବାଂଟିଲେ ଖୁସି ବଢେ” । ଏହିପରି ସମାଜର ମୁଖ୍ୟସ୍ରୋତରେ ଯେଉଁମାନେ ନାହାଁନ୍ତି, ସମାଜରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ସମସ୍ତେ ନିଜର କର୍ମମୟ ଜୀବନରୁ ଟିକେ ସମୟ ବାହାରକରି ସେମାନଙ୍କୁ ସହଯୋଗ କଲେ ସେମାନଙ୍କ ମୁହଁରେ ହସ ଫୁଟିପାରିବ।

publive-image

ଆକାଶଙ୍କର ସିନେ ପ୍ରଶଂସକ, ରାଜନୈତିକ ପ୍ରଶଂସକ, ବୁଦ୍ଧଜୀବୀ ମହଲରୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି । ଅନେକ ବିଶିଷ୍ଟ ବ୍ୟକ୍ତି ଆକାଶଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜାଫର ଇକ୍‍ବଲ ଦୃଷ୍ଟିବାଧିତ ଆନ୍ତର୍ଜାତିକ କ୍ରିକେଟ୍‍ ଖେଳାଳୀ, ସନ୍ୟାସୀ ବେହେରା ଓଡିଶାର ପ୍ରଥମ ଦୃଷ୍ଟିବାଧିତ ଓ.ଏ.ଏସ୍‍. ଅଫିସର ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ପିଲାମାନେ ତାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ନିଜକୁ ସେମାନଙ୍କ ଭଳି ହେବାପାଇଁ ଚେଷ୍ଟା କରିବେ।