ଆଜିଠୁ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଆସିବେ ସବୁ ସବୁ କର୍ମଚାରୀ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟର ସବୁ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକ ଏଣିକି ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବ। ସମସ୍ତ କର୍ମଚାରୀ ଶିକ୍ଷାନୁଷ୍ଠାନକୁ ଆସିବେ। କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ରଖାଯିବା ସହ ହ୍ୟାଣ୍ଡ ୱାସିଂ/ସାନିଟାଇଜେସନ, ବାଧ୍ୟତାମୂଳକ ମାସ୍କ ବ୍ୟବହାର, ନିୟମିତ ଭାବେ କାର୍ଯ୍ୟାଳୟକୁ ବିଶୋଧନ କରିବା, ବାୟ‌ୋମେଟ୍ରିକ୍‌ ଉପସ୍ଥାନ ନିଆଯିବ ନାହିଁ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ଆଧାର କରି ଆଜି ଉଚ୍ଚଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ଜାରି କରିଛି।

କରୋନା ପାଇଁ ଜାରି ରହିଥିବା ଲକ୍‌ଡାଉନ୍‌ ଓ ଖରାଛୁଟି ସମୟରେ ବି ଶିକ୍ଷାନୁଷ୍ଠାନ ଖୋଲା ରହିବ। ଯେଉଁ କର୍ମଚାରୀଙ୍କଠାରେ କରୋନା ଲକ୍ଷଣ ଥିବ କିମ୍ବା ‘ଇନଫ୍ଲୁଏଞ୍ଜା’ଭୂତାଣୁଜନିତ ଅସୁସ୍ଥ ଥିବେ ସେମାନେ କାର୍ଯ୍ୟାଳୟ ଆସିବେ ନାହିଁ। ନିୟମ ଅନୁଯାୟୀ ଛୁଟିରେ ରହିପାରିବେ। ଯେଉଁ କର୍ମଚାରୀ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ରହୁଥିବେ ସେମାନେ ଆସିବେ ନାହିଁ। ମାତ୍ର ସମ୍ପୃକ୍ତ କର୍ମଚାରୀ ତାଙ୍କର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇବେ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଶିକ୍ଷାନୁଷ୍ଠାନଗୁଡ଼ିକ ଏକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ ପରିଚାଳିତ ହେଉଛି।

ସମ୍ବନ୍ଧିତ ଖବର