ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ପାଣ୍ଡିଆନ

ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ନବୀନ ସରକାରଙ୍କ ଦ୍ୱାରା ବିଗତ ୨୪ ବର୍ଷ ଧରି ନିରନ୍ତର ବିକାଶମୂଳକ କାର୍ଯ୍ୟ ହୋଇଛି। ବିଶେଷ କରି ଗତ ୫ ବର୍ଷରେ ରାଜ୍ୟର ବିକାଶ ଧାରା ଶିଖର ଛୁଇଁଛି। ଏହି ବିକାଶର ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ବିଜେଡି ମିଡିଆ ସେଲ୍‌ର ଦାୟିତ୍ବ ବୋଲି କହିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ରାଜ୍ୟସଭା ସାଂସଦ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଗଣମାଧ୍ୟମ) ମାନସ ମଙ୍ଗରାଜଙ୍କ ନେତୃତ୍ୱରେ ବିଜେଡି ମିଡିଆ ସେଲର ସମସ୍ତ ସଦସ୍ୟଙ୍କୁ ନେଇ ନବୀନ ନିବାସରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଶ୍ରୀ ପାଣ୍ଡିଆନ ଏଭଳି ଉପାଦେୟ ପରାମର୍ଶ ଦେଇଥିଲେ। ଏହା ପୂର୍ବରୁ ଆଗାମୀ ନିର୍ବାଚନରେ ବିଜେଡି ମିଡିଆ ସେଲ କିପରି ଅଧିକ କ୍ରିୟାଶୀଳ ହୋଇ ଦଳର ଭାବମୂର୍ତ୍ତି ଓ ଦଳୀୟ ପ୍ରାର୍ଥୀମାନଙ୍କର ବିଜୟ ସମ୍ଭାବନାକୁ ବଢାଇବା ପାଇଁ କାର୍ଯ୍ୟ କରିପାରିବ, ସେ ନେଇ ଶଙ୍ଖଭବନରେ ଏକ ବୈଠକ ବସିଥିଲା। ଶ୍ରୀ ମଙ୍ଗରାଜଙ୍କର ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମିଡିଆ ସେଲର ସଦସ୍ୟମାନେ ଟିଭି ଡିବେଟ୍ ଓ ଅନ୍ୟାନ୍ୟ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ଜନସାଧାରଣଙ୍କ ସାମ୍ନାରେ ପ୍ରସ୍ତୁତ କରିବେ ବୋଲି ନିଷ୍ପତ୍ତି ହୋଇଥିଲା।

ଏହି ବୈଠକରେ ମିଡିଆ ସେଲର ସଦସ୍ୟ ଯଥା, ସଂଯୋଜକ ପ୍ରିୟବ୍ରତ ମାଝୀ, ଶର୍ମିଷ୍ଠା ସେଠୀ, ଡ. ସସ୍ମିତ ପାତ୍ର, ସୁଲତା ଦେଓ, ସଂତୃପ୍ତ ମିଶ୍ର, ଲେନିନ ମହାନ୍ତି, ତୁମ୍ବନାଥ ପଣ୍ଡା, ଗୌତମବୁଦ୍ଧ ଦାସ, ମିହିର ରାୟ, ଓମପ୍ରକାଶ ସାହୁ, ଅମିତ ମଲ୍ଲିକ, ସ୍ୱୟମ ପ୍ରକାଶ ମହାପାତ୍ର, ଡା. ହରିଶ ଚୌଧୁରୀ, ଇପ୍ସିତା ସାହୁ, ମହିକ୍ଷିତା ମିଶ୍ର, ମଧୁସ୍ମିତା ନାୟକ, ଲୋରା ମହାପାତ୍ର, ଅପୂର୍ବା ଅପରୂପା ଓ ସୋଫିଆ ଆଲାମ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର