ପଞ୍ଚାୟତ ନିର୍ବାଚନ: ବିଦେଶରେ ଚାକିରି କରିଥିଲେ କମ୍ପ୍ୟୁଟର ସାଇନସ୍ ଇଂଜିନିୟର, ହେଲେ ଜିଲ୍ଲା ପରିଷଦ ପ୍ରାର୍ଥୀ  

ନବରଙ୍ଗପୁର: ଜଣେ ମହିଳା ଡାକ୍ତରଙ୍କ ପରେ ଅନ୍ୟ ଜଣେ ଉଚ୍ଚଶିକ୍ଷିତ ଜିଲ୍ଲା ପରିଷଦ ପ୍ରାର୍ଥୀ ହେଲେ କମ୍ପ୍ୟୁଟର ସାଇନସ୍ ଇଂଜିନିଏର ରତିକାନ୍ତ ପଣ୍ଡା। ନବରଙ୍ଗପୁର ଜିଲ୍ଲାରେ ତେନ୍ତୁଳିଖୁଣ୍ଟି ବ୍ଲକ ଜୋନ୍ ନଂ ୨ରେ ବିଜେଡିରୁ ଟିକେଟ୍ ପାଇ ଆଜି ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରତିକାନ୍ତ କମ୍ପ୍ୟୁଟର ସାଇନସରେ ଇଂଜିନିୟର ପାଠ ପଢ଼ି ୨୦୧୩ ମସିହା ପର୍ଯ୍ୟନ୍ତ ବିଭିନ୍ନ ସଂସ୍ଥାରେ ଚାକିରି କରିଥିଲେ। ପରେ ସେ ମୁମ୍ବାଇ ଠାରେ ନିଜେ କ୍ୟୁନାଇନ୍ ଟେକ୍ ନାମଙ୍କ ଏକ ସଫ୍ଟୱେର୍‌ ସଂସ୍ଥାର ମାଲିକ ରହିଛନ୍ତି। ସେ ସଫ୍ଟୱେର୍‌ ଇଞ୍ଜିନିୟର ଭାବେ କାନାଡାରେ ୩ ବର୍ଷ କାମ କରିଛନ୍ତି।

କେବଳ ବିଦେଶ ନୁହେଁ ବାଙ୍ଗାଲୁର, ମୁମ୍ବାଇ ଓ ଦିଲ୍ଲୀରେ କାମ କରିବା ସମୟରେ ଚାଷରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ନେଇ ବିଭିନ୍ନ ସ୍ଥାନରେ ତାହା ଦେଖିଛନ୍ତି। ସରକାର ଏ ଦିଗରେ ବହୁତ ପ୍ରତ୍ସାହନ ଦେଉଛନ୍ତି। ସେ କାର୍ଯ୍ୟକ୍ରମ ଗୁଡିକ ନବରଙ୍ଗପୁର ଭଳି ପଛୁଆ ଅଞ୍ଚଳରେ ପହଞ୍ଚିପାରୁ ନାହିଁ। ସରକାର ଯୋଜନା ଗୁଡିକ ପଛୁଆ ଅଞ୍ଚଳରେ ପହଞ୍ଚାଇବା ପାଇଁ ସେ ରାଜନୀତି ରେ ଯୋଗଦେଇଥିବା କଥା କହିଛନ୍ତି। ତେବେ ବିଜେଡିରେ ଯୋଗ ଦାନ ନେଇ ପଚାରିବାରୁ ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତିରେ ସେ ପ୍ରଭାବିତ ହୋଇ ସେ ବିଜେଡିରେ ଯୋଗଦେଇଥିବା କଥା କହିଛନ୍ତି। ସେ ବିଜୟୀ ହେବା ପରେ ସେ ଯାହା କହିଛନ୍ତି, ତାହା କାମ କରି ଦେଖାଇବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର