ଅଙ୍ଗଦାନ ଶିବିର ପାଇଁ ‘ଓଡିଶା-ମୋ ପରିବାର’ର ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଓଡିଶା-ମୋ ପରିବାର ଆନୁକୂଲ୍ୟରେ ଆବାହକ ଅରୂପ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅଙ୍ଗଦାନ ଶିବିରର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବଡି ଆଣ୍ଡ ଅର୍ଗାନ୍ ଡୋନେସନ୍ ସୋସାଇଟି ଅଫ ଇଣ୍ଡିଆର ସଭାପତି ପ୍ରଭାସ ଆଚାର୍ଯ୍ୟଙ୍କ ସମେତ ଓଡ଼ିଶା ମୋ ପରିବାରର ଯୁଗ୍ମ ସଂପାଦକ ରୁଦ୍ର ନାରାୟଣ ସାମନ୍ତରାୟ ଏବଂ କଟକ ସହର ଜୀବନବିନ୍ଦୁ ସଂଯୋଜକ ରଞ୍ଜନ ବିଶ୍ଵାଳ ଉପସ୍ଥିତ ଥିଲେ। ଆଗାମୀ ଦିନରେ କିପରି ଅଙ୍ଗଦାନ ଶିବିରକୁ ସାରାରାଜ୍ୟରେ ବ୍ୟାପକ କରାଯିବ ସେଥିନିମନ୍ତେ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ସମ୍ବନ୍ଧିତ ଖବର