ବିଶ୍ୱକପ ହକି ଇଣ୍ଡିଆର ଟ୍ରଫି ଦେଶର କେତେକ ପ୍ରମୁଖ ସହରରେ ବୁଲିବ: ଦିଲୀପ ତିର୍କୀ

ଭୁବନେଶ୍ବର: ବିଶ୍ୱକପକୁ ଆଉ ୫୦ ଦିନରୁ କମ୍ ସମୟ ରହିଛି। ଏଥିପାଇଁ ହକି ଇଣ୍ଡିଆ ତରଫରୁ ଟ୍ରଫି ଟୁରର ବ୍ୟବସ୍ଥା କରାଯାଇଛି। ଏନେଇ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଅଧିକ ସୂଚନା ଦେଇଛନ୍ତି।

Photo: www.outlookindia.com

ସେ କହିଛନ୍ତି ବିଶ୍ୱକପ ହକି ଇଣ୍ଡିଆର ଟ୍ରଫି ଦେଶର କିଛି ପ୍ରମୁଖ ସହରରେ ବୁଲିବ। ଏହା ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳକୁ ଯିବ। ଏହା ଭୁବନେଶ୍ୱରକୁ ଫେରିବା ପୂର୍ବରୁ ୨୧ ଦିନ ଧରି ଦେଶର ବିଭିନ୍ନ ସହରରେ ବୁଲିବ। ଏହି ଟ୍ରଫି ଟୁର୍ ଡିସେମ୍ବର ୫ରୁ ଆରମ୍ଭ ହେଇ ଦେଶର ବିଭିନ୍ନ ସହର ଦେଇ ପୁଣି ୨୫ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବ। ଆସନ୍ତା ଜାନୁଆରୀ ୧୩ ତାରିଖରେ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ଏକ ନିଷ୍ପତ୍ତି ଦେଶର ସମସ୍ତ ହକି ପ୍ରେମୀଙ୍କୁ ଉତ୍ସାହିତ କରିବ ବୋଲି ହକି ଇଣ୍ଡିଆ ସଭାପତି କହିଛନ୍ତି।

ସୂଚନାଯୋଗ୍ୟ, ଆସନ୍ତା ୫ ତାରିଖରେ ଏହି ଟ୍ରଫି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀଙ୍କୁ ହସ୍ତାନ୍ତର କରିବେ।

ସମ୍ବନ୍ଧିତ ଖବର