ଡାକ୍ତର ଚିତ୍ତର˚ଜନ କରଙ୍କ ଫୁସ୍‌ଫୁସ୍‌ ପ୍ରତିରୋପଣ ହୋଇପାରେ, ଚେନ୍ନାଇରେ ଚାଲିଛି ଚିକିତ୍ସା

କଟକ : ଏସ୍‌ସିବି ମେଡିକାଲ୍‌ ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଚିତ୍ତର˚ଜନ କରଙ୍କ ଫୁସ୍‌ଫୁସ୍‌ ପ୍ରତିରୋପଣ କରାଯାଇପାରେ। ଡାକ୍ତର କରଙ୍କ ଫୁସଫୁସ୍‌ରେ ଅଧିକ ସ˚କ୍ରମଣ ହୋଇଯାଇଥିବାରୁ ତାଙ୍କୁ ଭେଣ୍ଟିଲେଟର ସହୟତାରେ ରଖାଯାଇଛି।

ଡାକ୍ତର କରଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଚେନ୍ନାଇ ନିଆଯାଇ ସେଠାରେ ଏମ୍‌ଜିଏମ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲାବେଳେ ହୃତ୍‌ପିଣ୍ତ ଓ ଫୁସ୍‌ଫୁସ୍‌କୁ ବିଶ୍ରାମ ଦେବା ପାଇଁ ତିନି ସପ୍ତାହ ପର୍ଯ୍ୟନ୍ତ ଏକ୍‌ମୋ ଜରିଆରେ ଚିକିତ୍ସା ଚାଲିବ। ଏଥିମଧ୍ୟରେ ଔଷଧ ଜରିଆରେ ଫୁସ୍‌ଫୁସ୍‌କୁ ସୁସ୍ଥ ହେବାକୁ ଛଡ଼ାଯିବ। ଯଦି ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନହୁଏ, ତାହେଲେ ଫୁସ୍‌ଫୁସ୍‌ ପ୍ରତିରୋପଣ କରାଯିବା ଅନ୍ୟତମ ବିକଳ୍ପ ବୋଲି ଏସ୍‌ସିବି ମେଡିକାଲ୍‌ର କିଛି ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି। ତେବେ ଡାକ୍ତର କରଙ୍କ ଏହି ଚିକିତ୍ସା ବ୍ୟୟବହୁଳ ହୋଇଥିବାରୁ ଓଡ଼ିଶା ମେଡିକାଲ୍‌ ଶିକ୍ଷକ ସ˚ଘ ପକ୍ଷରୁ କରାଯାଇଥିବା କଲ୍ୟାଣ ପାଣ୍ଠି ଓ ରାଜ୍ୟ ସରକାର ମିଳିତ ଭାବେ ଏ ଦିଗରେ ସହାୟତା ଯୋଗାଇ ଦେଉଥିବା କୁହାଯାଇଛି।

ସୂଚନାଯୋଗ୍ୟ ଅଗଷ୍ଟ ମାସ ମଧ୍ୟଭାଗରେ ଡାକ୍ତର କର କରୋନାରେ ସ˚କ୍ରମିତ ହୋଇଥିଲେ। ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲରେ ରଖାଯାଇ ଚିକିତ୍ସା କରାଯାଇଥିଲା। ଏପରିକି ପ୍ଲାଜ୍‌ମା ମଧ୍ୟ ଦିଆଯାଇଥିଲା। କିଛି ଦିନ ସ୍ବାସ୍ଥ୍ୟରେ ସୁଧାର ଆସିବା ପରେ ପୁଣି ଥରେ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଅନ୍ୟ ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପାଇଁ ରାଜ୍ୟ ବାହାରୁ କିଛି ବରିଷ୍ଠ ଡାକ୍ତର ଆସିଥିଲେ ବି ଫୁସ୍‌ଫୁସ୍‌ରେ ସ˚କ୍ରମଣକୁ ନିୟନ୍ତ୍ରଣ କରାଯାଇ ପାରିନଥିଲା। ଶେଷରେ ରାଜ୍ୟ ସରକାର ଓ ବରିଷ୍ଠ ଡାକ୍ତରମାନଙ୍କ ପରାମର୍ଶକ୍ରମେ ତାଙ୍କୁ ଚେନ୍ନାଇ ନିଆଯାଇଛି।

ସମ୍ବନ୍ଧିତ ଖବର