ହୋଟେଲ ବ୍ୟବସାୟୀଙ୍କୁ ଇଡିରେ ହାଜର ନୋଟିସ୍‌

କଟକ : ଅର୍ଚ୍ଚନା ନାଗ କେଳେଙ୍କାରୀରେ କଟକର ଜଣେ ହୋଟେଲ ବ୍ୟବସାୟୀ ଛନ୍ଦି ହେଇଯାଇଛନ୍ତି। ଏହି ହୋଟେଲ ବ୍ୟବସାୟୀଙ୍କୁ ଇଡି ଜେରା କରିବାକୁ ନୋଟିସ ଜାରି କରିଥିବା କୁହାଯାଉଛି। ଅର୍ଚ୍ଚନା କଟକ ସହରରେ ବି ନିଜ ବ୍ୟବସାୟ ଲମ୍ବାଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଅର୍ଚ୍ଚନା ନାଗର ସ୍ୱାମୀ ଜଗବନ୍ଧୁ ଚାନ୍ଦ ସହିତ କଟକ କଲେଜ ଛକ ଅଞ୍ଚଳର ଜଣେ ହୋଟେଲ ବ୍ୟବସାୟୀଙ୍କ ଦୀର୍ଘ ଦିନର ଘନିଷ୍ଠ ସମ୍ପର୍କ ରହି ଆସିଛି। ଜଗବନ୍ଧୁ ଯେଉଁ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ବ୍ୟବସାୟ କରେ ସେହି ଟଙ୍କା ଏହି ହୋଟେଲ ବ୍ୟବସାୟୀଙ୍କୁ ଦେଉଥିଲା। ହୋଟେଲ ବ୍ୟବସାୟୀ ଏହି ଟଙ୍କାକୁ ନିଜ ବ୍ୟବସାୟରେ ବିନିଯୋଗ କରୁଥିଲେ। ସେ ଅନେକ ଥର ଅର୍ଚ୍ଚନାର ଘରକୁ ବି ଯିବାଆସିବା କରିଛନ୍ତି। ଉଭୟ ଜଗବନ୍ଧୁ ଓ ହୋଟେଲ ବ୍ୟବସାୟୀ ଚଳିତ ମାସରେ ଦୁବାଇ ଯିବାକୁ ଯୋଜନା କରିଥିଲେ। ପୁଲିସ ଓ ଇଡିର ଏଭଳି ଘଣ୍ଟାଚକଟା ପରେ ଯୋଜନା ବାତିଲ ହୋଇଛି। ଏହି ହୋଟେଲ ବ୍ୟବସାୟୀଙ୍କୁ ନୋଟିସ ଜାରି ହୋଇଥିବା ବେଳେ ଖୁବ ଶୀଘ୍ର ଇଡିରେ ହାଜର ହୋଇ ଆର୍ଥିକ କାରବାର ସମ୍ପର୍କରେ ସେ ତଥ୍ୟ ରଖିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର