୬୭ଟି କ୍ୟାପଟିଭ୍ ପାୱାର ପ୍ଲାଣ୍ଟରୁ ଉତ୍ପାଦନ ହେଉଛି ୬୨ହଜାର ମେଗା ୟୁନିଟ୍‌

ଭୁବନେଶ୍ବର : ରାଜ୍ୟରେ ୧ ମେଗାୱାଟରୁ ଅଧିକ ଉତ୍ପାଦନ କ୍ଷମତା ବିଶିଷ୍ଟ ୬୭ଟି କ୍ୟାପଟିଭ୍ ପାୱାର ପ୍ଲାଣ୍ଟ କାର୍ଯ୍ୟକ୍ଷମ ରହିଛି। ୨୦୨୧/୨୨ ଆର୍ଥିକ ବର୍ଷରେ ମୋଟ ୬୨,୭୧୮.୩ ମେଗା ୟୁନିଟ୍‌ ବିଦ୍ୟୁତ ଶକ୍ତି ଉତ୍ପାଦିତ ହୋଇଛି। ତେବେ ନିଜସ୍ବ ଚାହିଦା ପୂରଣ ପରେ ଅନ୍ତରାଜ୍ୟ ସଞ୍ଚାରଣ ମାଧ୍ୟମ(ଏସ୍‌ଟିଓଏ)ରେ ବଳକା ବିଦ୍ୟୁତ ରାଜ୍ୟ ବାହାରକୁ ଯାଉଥିବା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ।

ଶ୍ରୀ ଦେବ କହିଛନ୍ତି ଯେ କ୍ୟାପଟିଭ୍ ପାୱାର ପ୍ଲାଣ୍ଟରୁ ୨୦୧୭/୧୮ରେ ୮୪.୮ ମେଗା ୟୁନିଟ୍‌, ୨୦୧୮/୧୯ରେ ୧୪୩.୭୨, ୨୦୧୯/୨୦ରେ ୧୯୫.୪୫, ୨୦୨୦/୨ରେ ୨୯୩,୮୯ ଓ ୨୦୨୧/୨୨ରେ ୬୦୭.୧୫ ମେଗା ୟୁନିଟ୍‌ ରାଜ୍ୟ ବାହାରକୁ ଯାଇଛି। ଏଥିରେ ୨୦୧୭/୧୮ରେ ୩୩.୭ କୋଟି, ୨୦୧୮/୧୯ରେ ୪୭କୋଟି, ୨୦୧୯/୨୦ରେ ୩୭.୯୬ କୋଟି, ୨୦୨୦/୨୧ରେ ୬୪.୪୩ କୋଟି ଓ ୨୦୨୧/୨୨ରେ ୨୪୩.୭୫ କୋଟି ଟଙ୍କା ଓପିଟିସିଏଲ୍‌କୁ ପ୍ରାପ୍ତ ହୋଇଛି।

ସମ୍ବନ୍ଧିତ ଖବର