ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ ପ୍ରସଙ୍ଗ: ତଦନ୍ତ କରିବ ଇଡି

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାର ତଦନ୍ତ କରିବ । ଇଡି ଅଜୟ ଦାସଙ୍କ ଅର୍ଥ ନେଣଦେଣ କାରବାରର ଖୋଳତାଡ଼ କରିବ ।

ଏଠାରେ ସୂଚନା ଯୋଗ୍ୟ ଯେ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଶ୍ରୀ ଦାସଙ୍କୁ ଗତ ଅଗଷ୍ଟ ୧୩ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଚଢାଉ ସମୟରେ ତାଙ୍କର ଭୁବନେଶ୍ବର ଓ ପୁରୀରେ ଏକାଧିକ ଫ୍ଲାଟ୍, ବାଲେଶ୍ବରରେ କୋଠା, ବିଭିନ୍ନ ସ୍ଥାନରେ ପ୍ଲଟ୍, ୫୦ ଲକ୍ଷ ୮୩ ହଜାର ଟଙ୍କାର ବ୍ୟାଙ୍କ ଓ ଫିକ୍ସଡ୍ ଡିପୋଜିଟ୍ ମିଳିଥିଲା। ଏଥି ସହିତ ୧ କେଜିରୁ ଅଧିକ ସୁନା ଓ ରୁପା ଅଳଙ୍କାର ଠାବ ହୋଇଥିଲା। ୮୧ ଲକ୍ଷ ୫୩ ହଜାର ଟଙ୍କାର ଜୀବନ ବୀମା ପଲିସି ଓ ନଗଦ ୨ ଲକ୍ଷ ୬୯ ହଜାର ଟଙ୍କା ମଧ୍ୟ ଭିଜିଲାନ୍ସ ଜବତ କରିଥିଲା। ଶ୍ରୀ ଦାସଙ୍କ ଜବତ ସ୍ଥାବର ଓ ଅସ୍ଥାବର ସଂପତ୍ତିର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ‌ ବୋଲି ଆକଳନ କରାଯାଉଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜ୍ଞାନରଂଜନ ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର