ନକଲି ଟିଟିଆଇଙ୍କୁ ଧରିଲା ରେଳବାଇ ପୁଲିସ

ରାଇରଙ୍ଗପୁର/ଝରାଡିହି: ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ବହଳଦା ରୋଡ୍ ଷ୍ଟେସନ ନିକଟରୁ ଟାଟା- ବାଦାମପାହାଡ ଟ୍ରେନରୁ ଜଣେ ନକଲି ଟିଟିଆଇଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ପଡୋଶୀ ଝାଡଖଣ୍ଡ ରାଜ୍ୟର ଟାଟା ନଗରରୁ ବାଦାମପାହାଡକୁ ପ୍ରତ୍ୟେକ ଦିନ ଦୁଇଟି ଟ୍ରେନ ଯାତାୟତ କରିଥାଏ । ଆଜି ଦ୍ୱିତୀୟ ଟ୍ରେନଟି ବହଳଦା ରୋଡ୍ ଷ୍ଟେସନ ଅତିକ୍ରମ କରୁଥିବା ସମୟରେ ଡୁ୍ୟଟିରେ ଥିବା ଜିଆରପିଏଫ୍ ଜଣେ ନକଲି ଟିଟିଆଇ ଟିକଟ ଚେକିଂ କରିବା ସହିତ ଯେଉଁ ମାନଙ୍କ ପାଖରେ ଟିକଟ ନଥିଲା ତାଙ୍କଠାରୁ ଟଙ୍କା ନେଉଥିବା ଦେଖି ପଚରା ଉଚୁରା କରିଥିଲେ ଏବଂ ସେ ଜଣେ ନକଲି ଟିଟିଆଇ ବୋଲି ଜାଣିବାକୁ ପାଇ ଅଁଳାଯୋଡି ଜଂକସନ ଷ୍ଟେସନରେ ଟ୍ରେନରୁ ଓହ୍ଲାଇ ତାକୁ ଚକ୍ରଧରପୁର ରେଳବାଇ ପୁଲିସରେ ଜିମା ଦେଇଥିବା ସୂଚନା ମିଳିଛି। ନକଲି ଟିଟିଆଇର ନାମ ଓ ଠିକଣା ଜଣା ପଡିନଥିବା ବେଳେ ପ୍ରାଥମିକ ତଦନ୍ତରୁ ଆନ୍ଧ୍ରପ୍ରଦେଶ ଅଂଚଳର ବୋଲି ସନେ୍ଦହ କରିଛି ରେଳବାଇ ପୁଲିସ। ରେଳବାଇ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର