ଦୁଇ ଝିଅଙ୍କୁ ଅସଦାଚରଣ ମାମଲାରେ ଜେଲ ଗଲା ବାପା

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ପୁଲିସ ନିଜର ଦୁଇ ନାବାଳିକା ଝିଅକୁ ଅସଦାଚରଣ କରିବା ମାମଲାରେ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବ୍ୟଭିଚାରୀ ଅଭିଯୁକ୍ତ ବାପା ଜଣକ ହେଲେ ବାଲିଅନ୍ତା ଥାନା ଅଞ୍ଚଳର। ତେବେ କୋର୍ଟରେ ଅଭିଯୁକ୍ତଙ୍କର ଜାମିନ ଖାରଜ ହୋଇଯିବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ  ବାଲିଅନ୍ତା ଥାନାରେ ମାମଲା ନଂ ୩୭୩/୨୧ରେ ଏକାଧିକ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ ସନାଙ୍କ ପତ୍ନୀଙ୍କର ଗତ ୫ ବର୍ଷ ତଳେ ଶାରୀରିକ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଯାଇଥିଲା। ଏବେ ଦୁଇଝିଅ ତାଙ୍କ ପାଖରେ ରହୁଛନ୍ତି। ବଡ଼ ଝିଅକୁ ୧୨ ବର୍ଷ ହୋଇଥିବା ବେଳେ ସାନକୁ ୭ ବର୍ଷ। ସନା ନିଶାଗ୍ରସ୍ତ ଅବସ୍ଥାରେ ଦୁଇଝିଅଙ୍କ ସହ ବାରମ୍ବାର ଅସଦାଚରଣ କରୁଥିବା ସଂପର୍କରେ ତାଙ୍କ ମାଆ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗଲା ୧୦ ତାରିଖରେ ସନା ବିରୋଧରେ ସେ ଏନେଇ ଅଭିଯୋଗ କରିଥିଲେ। ଏହାର ବିରୋଧ କରିବାରୁ ସନା ମାଆଙ୍କୁ ମାଡ଼ ମାରିଥିବା ଏତଲାରେ ଦର୍ଶାଯାଇଛି। ଗତକାଲି ରାତିରେ ସନା ଝିଅଙ୍କ ସହ ପୁଣି ଏହି ଘୃଣ୍ୟ  କାମ କରିବାକୁ ଉଦ୍ୟମ କରିଥିଲେ। ତାଙ୍କ ମାଆ ଏହାର ପ୍ରତିବାଦ କରିବା ସହ ସାହି ପଡ଼ିଶା ଲୋକଙ୍କୁ ଡାକ ପକାଇଥିଲେ। ଏଥିସହିତ ଏନେଇ ବାଲିଅନ୍ତା ଥାନାକୁ ଫୋନ କରି ଜଣାଇଥିଲେ।ଖବର ପାଇ ଥାନା ପୁଲିସ ଗ୍ରାମରେ ପହଞ୍ଚି ସନାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର