ଟିକା ନିଅ, ନଚେତ୍ ମର : ଲୋକଙ୍କୁ ଜର୍ମାନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚେତାବନୀ

ବର୍ଲିନ  :  ‘ଟିକା ନିଅ, ନୋଚେତ ମର’ ନିଜ ଦେଶବାସୀଙ୍କୁ ଏପରି କଠୋର ଚେତାବନୀ ଶୁଣାଇଛନ୍ତି ଜର୍ମାନିର ସ୍ବାସ୍ଥ୍ୟମନ୍ତ୍ରୀ ଜେନ ସ୍ପାନ । ଲୋକମାନଙ୍କୁ ସତର୍କ କରି ସେ କହିଛନ୍ତି ଯେ ଚଳିତ ଶୀତଋତୁ ଶେଷସୁଦ୍ଧା ଜର୍ମାନୀରେ ଟିକା ନେଇ ସୁସ୍ଥ ହୋଇଥିବା ଲୋକ ଥିବେ ଅଥବା ଟିକା ନ ନେଇ ମୃତ୍ୟୁବରଣ କରିଥିବା ଲୋକ ଥିବେ ।

ଜର୍ମାନୀରେ କରୋନାର ୪ର୍ଥ ଲହର ଯୋଗୁଁ ରେକର୍ଡ ସଂଖ୍ୟକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସୋମବାରଦିନ ଜର୍ମାନିରେ ପ୍ରାୟ ୩୦ ହଜାର ୬୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜର୍ମାନିରେ ଏପର୍ଯ୍ୟନ୍ତ ପ୍ରାୟ ୫୩ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେଣି ।  ସ୍ଥିତି ଏପରି ହୋଇଛି ଯେ ଦେଶରେ ଏତେ ସଂଖ୍ୟକ ରୋଗୀଙ୍କ ଚିକିତ୍ସା ପାଇଁ ହସପିଟାଲରେ ସ୍ଥାନ ନାହିଁ ।  ଅନ୍ୟପକ୍ଷରେ ଜର୍ମାନିରେ ଯଥେଷ୍ଟ ସଂଖ୍ୟକ କରୋନା ଟିକା ଥିଲେ ବି ଲୋକମାନଙ୍କ ଅନିଚ୍ଛା ଯୋଗୁଁ ଏପର୍ଯ୍ୟନ୍ତ ୬୮ ପ୍ରତିଶତ ଲୋକଙ୍କ ଟିକାକରଣ ହୋଇପାରିଛି ।

କରୋନା ମହାମାରୀ ଯୋଗୁଁ ଏପର୍ଯ୍ୟନ୍ତ ଜର୍ମାନିରେ ପ୍ରାୟ ୧ ଲକ୍ଷ ଲୋକ ମୃତ୍ୟୁବରଣ କରିସାରିଲେଣି । ବିଗତ ୨୪ ଘଣ୍ଟାରେ ୬୨ ଜଣ ମୃତ୍ୟୁବରଣ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜର୍ମାନ ସରକାର ଗତ ସପ୍ତାହରେ ଦେଶରେ କଠୋର କଟକଣା ଲଗାଇଛନ୍ତି । ଏହା ସହିତ ଯଥାଶୀଘ୍ର ଟିକାନେବାକୁ ଲୋକମାନଙ୍କୁ କୁହାଯାଉଛି । 

 

ସମ୍ବନ୍ଧିତ ଖବର