କାଜୁ ଜଙ୍ଗଲରେ ନିଆଁ

ପାଟଣା: ପାଟଣା ରେଞ୍ଜ ଖୁଣ୍ଟାପଡ଼ା ହନୁମାନଛକ ନିକଟ ଡୁମୁରିସାହିର କାଜୁ ବଗିଚାରେ ନିଆଁ ଲାଗିଛି। ବଗିଚାରେ ଶୁଖିଲା ପତ୍ର ପଡ଼ିଥିବାରୁ ନିଆଁ ଚାରିଆଡ଼କୁ ମାଡ଼ି ଯାଇଥିଲା। ଫଳରେ ଯୋଗେଶ୍ୱର ମହାନ୍ତ, ଡାଳିମ୍ବ ମହାନ୍ତ, ଯତୀନ ମହାନ୍ତ, ରଞ୍ଜନ ମହାନ୍ତଙ୍କ ୪ ଏକର କାଜୁ ବଗିଚା କ୍ଷତିଗ୍ରସ୍ତ ହୋଇଛି।

ଗଛରେ ବର୍ତ୍ତମାନ ଫୁଲ ଧରୁଥିଲା। ନିଆଁ ଲାଗିବା ପରେ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ସାହିର ଏସ୍‌ଏଚ୍‌ଜି ସଦସ୍ୟା ଏବଂ ଯୁବକମାନେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ।

ସମ୍ବନ୍ଧିତ ଖବର