୩୧ରେ ରାମନବମୀ ଆଖଡ଼ା ଶୋଭାଯାତ୍ରା

ପୁଲିସ ଓ ଆଖଡ଼ା କମିଟିର ସମନ୍ବୟ ବୈଠକ

ରାଉରକେଲା: ଆସନ୍ତା ୩୦ରେ ପବିତ୍ର ରାମନବମୀ। ପରଦିନ ଅର୍ଥାତ୍‌ ୩୧ରେ ସହରରେ ବାହାରିବ ଆଖଡ଼ା ଶୋଭାଯାତ୍ରା। ଭାଇଚାରାର ସହର ରାଉରକେଲାରେ ପ୍ରତିବର୍ଷ ପରି ଚଳିତ ଆଖଡ଼ା ଶୋଭାଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବାକୁ ଆଜି ସହରର ୧୧ରୁ ଅଧିକ ଆଖଡ଼ା କମିଟି ଓ ପୁଲିସର ପ୍ରଥମ ସମନ୍ବୟ ବୈଠକ ପ୍ଲାଣ୍ଟସାଇଟ୍‌ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଏସ୍‌ପି ସଂଗ୍ରାମ କେଶରୀ ସ୍ବାଇଁ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ପ୍ରତିବର୍ଷ ପରି ଚଳିତ ଥର ଆଖଡ଼ା ଶୋଭାଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବାକୁ ଅତିରିକ୍ତ ଏସ୍‌ପି ଶ୍ରୀ ସ୍ବାଇଁ ଉପସ୍ଥିତ ସମସ୍ତ ଆଖଡ଼ା କମିଟିକୁ ପରାମର୍ଶ ଦେଇଥିଲେ। ଗତବର୍ଷ ପରି ଚଳିତ ଥର ଆଖଡ଼ାରେ ୨୫ରୁ ୩୦ ସ୍ବେଚ୍ଛାସେବୀଙ୍କୁ ପୁଲିସ ପକ୍ଷରୁ ପରିଚୟ ପ୍ରଦାନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଇଣ୍ଟିଗ୍ରେସନ୍‌ ଫୋରମ୍‌ ଓ ଶାନ୍ତି କମିଟିର କର୍ମକର୍ତ୍ତାମାନଙ୍କ ସହ ମୁସ୍‌ଲିମ୍‌ ସମ୍ପ୍ରଦାୟର ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ରହି ଆଖଡ଼ା ଶୋଭାଯାତ୍ରାକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କହିଥିଲେ। ବିଲାଲ ଅହମ୍ମଦ, ସୋନକର ନାୟକ, ଦେବବ୍ରତ ବିହାରି, ପୂର୍ବ ନଗରପାଳ କାଳନ୍ଦୀ ବଡଜେନା, ମହମ୍ମଦ ଖାଲିଦ୍‌, ଅଫ୍ରୋଜ ଅହମ୍ମଦ ପ୍ରମୁଖ ଉପସ୍ଥିତ ରହି ନିଜର ମତ ରଖିଥିଲେ।

ବସ୍‌ଷ୍ଟାଣ୍ଡର ତ୍ରିନାଥ ଆଖଡ଼ାର ପ୍ରମୋଦ ଶର୍ମା, ଯଶବିନ୍ଦର ସିଂହ ଗୋଲ୍‌ଡି, ବିନୟ ସିଂହ, ବିଶ୍ରା ଛକ ମହାବୀର ଆଖଡ଼ାର ବିରେନ ପତି, ଉମେଶ କୁମାର, ଟ୍ରାଫିକ୍‌ ମାର୍କେଟ ପଞ୍ଚତୀର୍ଥ ମନ୍ଦିର ଜୟ ହନୁମାନ ଆଖଡ଼ାର ପଙ୍କଜ ମୂଲଚନ୍ଦାନୀ, ମହତାବ ରୋଡସ୍ଥ ଶିବଶକ୍ତି ଆଖଡାର ଯୋଗେଶ ଶର୍ମା, ଟିଙ୍କୁ ସାମଲ, ଡିଲକ୍ସଗଳି ମହାକାଳ ଆଖଡ଼ାର ରାଜୀବର ଜସ୍ବାଲ, ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ଭୂତନାଥ ଆଖଡ଼ାର ପପୁ ଜସ୍ବାଲ, ରାଜେଶ ପ୍ରସାଦ, ରାହୁଲ ମହାନ୍ତି, ଡେଲିମାର୍କେଟ ନବଯୁବକ ସଂଘ ଆଖଡ଼ାର ସତ୍ୟାନନ୍ଦ ମହାନ୍ତି, ବିବେକ ଶ୍ରୀବାସ୍ତ, ଲାଲ୍‌ ବିଲ୍‌ଡିଂ ଆଖଡ଼ାର ସୁବାସ ବର୍ମା,‌ ବ୍ରିଜେଶ ମହାତୋ, ନିରଞ୍ଜନ ବର୍ମା, ରାଜୁ ପାତ୍ର ଉପସ୍ଥିତ ଥିଲେ। ସେମିତି ବିର୍‌ସା ଡାହାର ରୋଡ ଜୟ ହନୁମାନ ଆଖଡ଼ାର ଗଗନ ପଣ୍ଡା, ଦିଲୀପ ଶର୍ମା, ମାଲଗୋଦାମ ରାଣା ପ୍ରତାପ ଆଖଡାର ସମରପ୍ରିୟ ତନ୍ତୀ, ସନ୍ଦୀପ ଅଗ୍ରୱାଲ, କୁମ୍ଭାରପଡା ବାବା ଶମ୍ଭୁନାଥ ଆଖଡ଼ାର ସୁବାସ ସିଂହ, ଉଦିତନଗର ରୁଦ୍ର ବାବା ଆଖଡ଼ାର ଅରୁଣ କୁଶଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର