ଦରମା ମାସକୁ ୧୫ହଜାର ଟଙ୍କା ପାଉଥିବା ବେଳେ ଘରୁ ଜବତ ହେଲା ୩୦କୋଟିର ନଗଦ ଟଙ୍କା

ନୂଆଦିଲ୍ଲୀ: ରାଞ୍ଚିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଝାଡ଼ଖଣ୍ଡ ସରକାରର ମନ୍ତ୍ରୀ ଆଲମଗୀର ଆଲମଙ୍କ ଘରୋଇ ସଚିବଙ୍କ ସହାୟକଙ୍କ ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଇଡ଼ି ବିପୁଳ ପରିମାଣରେ ଟଙ୍କା ଜବତ କରିଥିବା ଖବର ମିଳିଛି।

ଜବତ ହୋଇଥିବା ଟଙ୍କାର ଆନୁମାନିକ ମୂଲ୍ୟ ୩୦କୋଟି ଟଙ୍କା ପାଖାପାଖି ହେବ ବୋଲି କୁହାଯାଉଛି। ଏତଦ ବ୍ୟତୀତ ତାଙ୍କ ଘରର ଅନ୍ୟ ଏକ ସ୍ଥାନରୁ ଆହୁରି ୩କୋଟି ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି।। ମନି ଲଣ୍ଡରିଂର ଏକ ଘଟଣାରେ ଆଲମଗୀର ଆଲମଙ୍କ ଘରୋଇ ସଚିବଙ୍କ ସହାୟକଙ୍କ ନାମ ସାମ୍ନାକୁ ଆସିଥିଲା।

ଇଡି ସୂତ୍ରରୁ ପ୍ରକାଶ,  ୧୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଚିଫ ଇଞ୍ଜିନିୟରଙ୍କ ଘର ଉପରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଏହି ସମୟରେ ସେ କହିଥିଲେ ଏହି ଟଙ୍କା ମନ୍ତ୍ରୀଙ୍କୁ ପଠାଯାଏ। ଏହାପରେ ଝାଡ଼ଖଣ୍ଡର ଗ୍ରାମୀଣ ବିକାଶ ମନ୍ତ୍ରୀ ଆଲମଗୀର ଆଲମଙ୍କ ନାମ ପ୍ରଥମଥର ସାମ୍ନାକୁ ଆସିଥିଲା।

 

ଏହି ଘଟଣାର ଯାଞ୍ଚ ସମୟରେ ଆଲମଗୀରଙ୍କ ଘରୋଇ ସଚିବ ସଞ୍ଜିବ ଲାଲଙ୍କ ନାମ ବି ସାମ୍ନାକୁ ଆସିଥିଲା। ସଞ୍ଜିବ ଲାଲଙ୍କ ଘର ସହିତ ତାଙ୍କ ସହାୟକଙ୍କ ଘର ଉପରେ ବି ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ସମୟରେ ସଞ୍ଜିବ ଲାଲଙ୍କ ସହାୟକଙ୍କ ଘରୁ ୩୦କୋଟି ଟଙ୍କା ଜବତ ହୋଇଛି। ସଞ୍ଜିବ ଲାଲଙ୍କ ଘରୋଇ ସହାୟକଙ୍କ ଦରମା  ମାସକୁ ୧୫ହଜାର ଟଙ୍କା ଥିବା ଜଣାପଡ଼ିଛି।

 

 

ସମ୍ବନ୍ଧିତ ଖବର