ବାଲିଆପାଳରେ ବନ୍ୟା ପରିସ୍ଥିତି ସାଂଘାତିକ: ଜଳବନ୍ଦି ଅବସ୍ଥାରେ ୪୦ ହଜାର ଲୋକ

ବାଲିଆପାଳ: ବାଲେଶ୍ବର ଜିଲ୍ଲା ବାଲିଆପାଳରେ ବନ୍ୟା ପରିସ୍ଥିତି ସାଂଘାତିକ। ଏଠାକାର ୧୨ଟି ପଞ୍ଚାୟତର ପ୍ରାୟ ୪୫ଟି ଗାଆଁ ପ୍ରଭାବିତ ହୋଇଛି। ଏହାଫଳରେ ପ୍ରାୟ ୪୦ ହଜାର ଲୋକ ଜଳବନ୍ଦି ଅବସ୍ଥାରେ ରହିଛନ୍ତି। କେବଳ ଆଶ୍ରୟସ୍ଥଳୀରେ ଥିବା ଲୋଙ୍କୁ ରିଲିଫ୍ ମିଳୁଛି। ମାତ୍ର ଜଳ ଘେରରେ ଥିବା ଏଥିରୁ ବଞ୍ଚିତ ହୋଇଥିବା କୁହାଯାଉଛି। ଏଣେ ବାଲିଆପାଳ-କମର୍ଦ୍ଦା ରାସ୍ତାରେ ୪ ଫୁଟ୍ ପାଣି ପ୍ରବାହିତ ହେଉଛି। ଏଣୁ ଏଦୁଇ ଅଞ୍ଚଳ ଭିତରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।

ଏନେଇ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ସୁବର୍ଣ୍ଣରେଖାରେ ବନ୍ୟା ଜଳ ସ୍ଥିର ରହିଛି। ଗତ ୮ଘଣ୍ଟା ସ୍ଥିର ରହିଛି। ବସ୍ତା, ବାଲିଆପାଳ ସମେତ ତଳି ଅଂଚଳରେ ପାଣି ପଶିଛି। ସୁବର୍ଣ୍ଣରେଖାରେ ସିଷ୍ଟମରେ କୌଣସି ଘାଇ ହୋଇନାହିଁ। ଅନ୍ୟ ନଦୀଗୁଡ଼ିକରେ ବନ୍ୟା ଜଳ କମିବା ଆରମ୍ଭ ହୋଇଛି। ପରିସ୍ଥିତି ଉପରେ ନଜର ରଖାଯାଇଛି।

ସୂଚନାଯୋଗ୍ୟ, ରାଜଘାଟରେ ସୁବର୍ଣ୍ଣରେଖାର ଜଳସ୍ତର ସ୍ଥିର ରହିଛି। ସକାଳ ୬ଟାରୁ ରାଜଘାଟରେ ଜଳସ୍ତର ୧୧.୯୦ ଫୁଟ ରହିଥିବା ଜଣାଯାଇଛି। ତେବେ ଜାମଶୋଳା ଘାଟ ନିକଟରେ ଜଳସ୍ତର ହ୍ରାସ ପାଉଥିବାର ସୂଚନା ରହିଛି। ସକାଳ ୬ଟାରେ ଜଳସ୍ତର ଥିଲା ୫୦.୭୬ ଫୁଟ ଏବେ ୫୦.୦୪ ଫୁଟ ଆଖୁଆପଦା ନିକଟରେ ବୈତରଣୀର ଜଳସ୍ତର ବଢୁଥିବାର ସୂଚନା ମିଳିଛି। ସକାଳ ୯ଟା ସୁଦ୍ଧା ଆଖୁଆପଦାରେ ଜଳସ୍ତର ବୈତରଣୀର ବିପଦ ସଙ୍କେତ ୧୭.୮୩ ଫୁଟ ଥିବା ବେଳେ ଏବେ ଏହା୧୮.୦୪ ଫୁଟ ରହିଛି।

ସମ୍ବନ୍ଧିତ ଖବର