ଭୋଟ ଦେବା ପରେ ଗହଳି ଭିତରୁ ଜଣେ ବୃଦ୍ଧା ବାହାରି ମୋଦୀଙ୍କ ହାତରେ ବାନ୍ଧିଲେ ରାକ୍ଷୀ

ନୂଆଦିଲ୍ଲୀ: ମଙ୍ଗଳବାରଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ମଇ ୭ ତାରିଖ‌ରେ ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୯୪ଟି ଆସନରେ ଆରମ୍ଭ ହୋଇଯାଇଛି।

ଏହି କ୍ରମରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟରଙ୍କୁ ବହୁ ସଂଖ୍ୟାରେ ମତଦାନ କରିବାକୁ ନିବେଦନ କରିଛନ୍ତି। ଗୁଜୁରାଟର ଅହମ୍ମଦାବାଦର ନିଶାନ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ମତଦାନ ବୁଥରେ ମୋଦୀ ଭୋଟ୍ ଦେଇଛନ୍ତି। ଏହି କେନ୍ଦ୍ରରୁ ମୋଦୀ ଭୋଟ ଦେଇ ବାହାରକୁ ଆସିବାପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଲୋକଙ୍କ ପ୍ରବଳ ଗହଳି ଲାଗିଥିଲା। ଏହି ଗହଳି ମଧ୍ୟରୁ ଜଣେ ବୃଦ୍ଧା ମହିଳା ବାହାରି ଆସି ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧି ଦେଶର ସୁରକ୍ଷା କାମନା କରିଥିଲେ। ମୋଦୀ ବି ବୃଦ୍ଧାଙ୍କ ହାତରୁ ରାକ୍ଷୀ ବାନ୍ଧିବା  ପାଇଁ ସମ୍ମାନର ସହ ହାତ ବଢ଼ାଇ ଦେଇଥିଲେ।

ଏଥିସହିତ ମୋଦୀ ଲୋକଙ୍କ ସହ ସେଲଫି ଉଠାଇବା ସହ ଛୋଟ ପିଲାଙ୍କ ସହ ଫଟୋ ବି ଉଠାଇଥିଲେ। ଭୋଟ୍ ଦେବା ପରେ ପ୍ରଧାନମନ୍ତ୍ରୀ କାଳି ଲଗା ଆଙ୍ଗୁଠି ଦେଖାଇ ଭୋଟ୍ ଦେବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।

ଭୋଟ ଦେଇ ଆସିବା ପରେ  ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ଆମ ଦେଶରେ ‘ଦାନ’ର ମହତ୍ତ୍ବ ରହିଛି। ତେଣୁ ଦେଶବାସୀ ଯଥାସମ୍ଭବ ସୋମନଙ୍କ ମତଦାନ କରିବା ଉଚିତ୍। ଆଗକୁ ଆସୁଛି ୪ର୍ଥ ପର୍ଯ୍ୟାୟ ଭୋଟ୍‌।”

ସମ୍ବନ୍ଧିତ ଖବର