ଲୋକମେଳା ଓ କୃଷିମେଳାର ତୃତୀୟ ଦିନ: ଭାଙ୍ଗଡ଼ା, କାଲିବେଲିୟାରେ ଦୁଲୁକିଲା ମଞ୍ଚ

ପୁରୀ : ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ଲୋକମେଳାର ତୃତୀୟ ସନ୍ଧ୍ୟାରେ ଭାଙ୍ଗଡ଼ା ଓ କାଲବେଲିୟାରେ ବିଭୋର ହୋଇଛନ୍ତି ଦର୍ଶକ। ଶ୍ରୀ‌ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ଆୟୋଜିତ ଏହି ଲୋକମେଳା ଓ କୃଷିମେଳା ବୁଲିବା ଲାଗି ଭିଡ଼ ପରିଲକ୍ଷିତ ହୋଇଛି। ତୃତୀୟ ଦିନରେ ଗୁଜୁରାଟ, ନାଗାଲାଣ୍ଡ, ତାମିଲନାଡୁ ସମେତ ୧୭ଟି ରାଜ୍ୟର ଲୋକନୃତ୍ୟ ଦଳ ନୃତ୍ୟ ପ୍ରଦର୍ଶନ କରିଛନ୍ତି।

ଶ୍ରୀ ଶ୍ରୀକ୍ଷେତ୍ର ସୂଚନାର ସମ୍ପାଦକ ରାଜେଶ୍ କୁମାର ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଷ୍ଟେଟD ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ବିଜୟ କୁମାର ଶତପଥୀ, ଗବେଷକ ଭାସ୍କର ମିଶ୍ର, ସମାଜସେବୀ ପ୍ରତିମା ମିଶ୍ର ଓ ପୁରୀ ବାର୍ ଆସୋସିଏସନର ସମ୍ପାଦକ ବିଭୂତି ଶଙ୍କର ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। କେବଳ କୃଷି ନୁହେଁ ରାଜ୍ୟ ରାଜ୍ୟ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ ପାଇଁ ଗତ ୨୧ ବର୍ଷ ଧରି ଏହି ଅନୁଷ୍ଠାନ କରୁଥିବା ଉତ୍ସବର ଉଦ୍ୟୋକ୍ତାମାନଙ୍କ ଉଦ୍ୟa ପ୍ରଶଂସନୀୟବୋଲି ଅତିଥିମାନେ କହିଥିଲେ। ଏହି ଉତ୍ସବରେ ଅନୁଷ୍ଠାନର ସଂଯୋଜକ ହେକ୍ଟର ମିଶ୍ର ସଂଯୋଜନା କରିଥିବା ବେଳେ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଭରତ ନାୟକ, ବିଶ୍ୱନାଥ ମିଶ୍ର, ଶ୍ୟାମପ୍ରକାଶ ସେନାପତି ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ଚନ୍ଦ୍ର ବିଜୟୀ ମିଶ୍ର ସଞ୍ଚାଳନ କରିଥିଲେ। ନାରାୟଣ ପାତ୍ର, ଦାମୋଦର ଶତପଥୀ, ଦେବେନ୍ଦ୍ର ମହାପାତ୍ର, ସୌମ୍ୟରଂଜନ ମିଶ୍ର, ପ୍ରତାପ ଦଳେଇ, ପୂର୍ଣ୍ଣଚନ୍ଦ୍ର ଓଝା, ପୁଷ୍କର ସାହୁ, ଗୌତମ ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ। ଶୁକ୍ରବାର ଭୋର ୫ଟାରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାରମାନେ ଜିଲ୍ଲା ପ୍ରଶାସନ ନେତୃତ୍ୱରେ ବେଳାଭୂମି ସଫେଇ କରିବେ ବୋଲି ଉତ୍ସବ କମିଟିର ଅଧ୍ୟକ୍ଷ ବଦ୍ରି ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର