ଗୁରୁ ନାନକ ଥାଇଲାଣ୍ଡ ଯାଇଥିଲେ କହି ଅଡ଼ୁଆରେ ରାହୁଲ

ନିର୍ବୋଧତାକୁ ଆଉ କେତେ କ୍ଷମା ଦେବୁ: ବିଜେପି ଶିଖ୍‌ ନେତା

ନୂଆଦିଲ୍ଲୀ: ଗୁରୁ ନାନକ ଥାଇଲାଣ୍ଡ୍‌କୁ ପଦଯାତ୍ରାରେ ଯାଇଥିଲେ। ଆମେରିକାରେ ଭାଷଣ ଦେବାବେଳେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଏଭଳି ଏକ ବୟାନ ଦେଇ ଅଡ଼ୁଆରେ ପଡ଼ିଛନ୍ତି। ତେବେ ତାଙ୍କର ଏହି ମନ୍ତବ୍ୟ ଉପରେ ବିଜେପିର ଶିଖ୍‌ ନେତା ମନ୍‌ଜିନ୍ଦର ସିଂହ ସିର୍ସା ପ୍ରତିକ୍ରିୟା ରଖିଛନ୍ତି। ରାହୁଲ ଏଭଳି ସୂଚନା କେଉଁଠାରୁ ପାଇଲେ ବୋଲି ସେ ପଚାରିଛନ୍ତି। ନିର୍ବୋଧତା ନାମରେ ଆମେ ଆଉ କେତେ କ୍ଷମା ଦେବୁ? ନାନକ ଥାଇଲାଣ୍ଡ ଯାଇଥିବା ନେଇ ରାହୁଲ କେଉଁଠି ପଢ଼ିଥିଲେ ବୋଲି ପଚାରିଛନ୍ତି।

ଆମେରିକାରେ ଭାରତ ଯୋଡ଼ୋ ଯାତ୍ରା ସଂପର୍କରେ ଅବତାରଣା କରିବା ବେଳେ ‌ରାହୁଲ କହିଥିଲେ ଗୁରୁ ନାନକଙ୍କ ସହ ତୁଳନା କଲେ ଆମେ ସେମିତି କିଛି ଚାଲିନାହୁଁ। ମୁଁ କେଉଁଠି ପଢ଼ିଥିଲି ଗୁରୁ ନାନକ ମକ୍କା, ସାଉଦି ଆରବ, ଥାଇଲାଣ୍ଡ ଏବଂ ଶ୍ରୀଲଙ୍କା ଯାଇଥିଲେ। ତେଣୁ ଏଭଳି ବିଶିଷ୍ଟ ବ୍ୟକ୍ତିମାନେ ଆମେ ଜନ୍ମ ହେବା ପୂର୍ବରୁ ଭାରତ ଯୋଡ଼ୋ ଯାତ୍ରା କରିଥିଲେ ବୋଲି ରାହୁଲ କହିଥିଲେ। ରାହୁଲ ତାଙ୍କର ଭାରତ ଯୋଡ଼ୋ ଯାତ୍ରାକୁ ଗୁରୁ ନାନକଙ୍କ ଉଦାସୀ (ଧାର୍ମିକ ଯାତ୍ରା) ସହ ତୁଳନା କରିଥିବାରୁ ବିବାଦ ବଢ଼ିଛି।

ସମ୍ବନ୍ଧିତ ଖବର