ନ୍ୟାସନାଲ ଇନସ୍ୟୁରାନ୍‌ସ କମ୍ପାନିର ୧୧୨ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର : ନ୍ୟାସନାଲ ଇନସ୍ୟୁରାନ୍‌ସ କମ୍ପାନିର ୧୧୨ତମ ପ୍ରତିଷ୍ଠା ଦିବସ ରାଜରହାଟସ୍ଥିତ ନୂଆ ବିଲ୍ଡିଂରେ ଅନୁଷିତ ହୋଇଯାଇଛି। କାର୍ଯ୍ୟକ୍ରମରେ କମ୍ପାନିର ସିଏମ୍‌ଡି ତଜିନ୍ଦର ମୁଖାର୍ଜୀ, ନିର୍ଦେଶକ ଓ ମହାପ୍ରବନ୍ଧକ ଜନ୍ ପୁଲିନଥାନମ୍ ଓ ଏସ୍ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପ୍ରତିଷ୍ଠା ଦିବସ ଉପଲକ୍ଷେ କମ୍ପାନିର ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସ୍ବତନ୍ତ୍ର ଭାବେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସିଏମ୍‌ଡିଙ୍କ ସମେତ ଅନ୍ୟ ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର