୪ ବରିଷ୍ଠ ଆଇଏଏସ୍‌ଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟା

ଭୁବନେଶ୍ବର : ରାଜ୍ୟ ସରକାର ଆଜି ୧୯୯୧ ବ୍ୟାଚ୍‌ର ୪ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ସେମାନେ ହେଲେ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ପ୍ରଶାସନ ବିଭାଗରେ ଓଏସ୍‌ଡି ଥିବା ବିଜୟ ଆରୋରା। ତେବେ ସେମାନେ ଏବେ କାର୍ଯ୍ୟ କରୁଥିବା ବିଭାଗରେ କାର୍ଯ୍ୟ ଜାରି ରଖିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୦ ବ୍ୟାଚ୍‌ର ଆଇଏଏସ୍‌ ଜି.ଶ୍ରୀନିବାସ, ଆରତି ଆହୁଜାଙ୍କୁ ରାଜ୍ୟ ସରକାର ଏହି ପାହ୍ୟାକୁ ପ୍ରୋଫର୍ମା ପଦୋନ୍ନତି ଦେଇଛନ୍ତି।

ସମ୍ବନ୍ଧିତ ଖବର