ଅଲ ଜଜିରା ନ୍ୟୁଜ୍ ଚ୍ୟାନେଲର ଅଫିସକୁ ବନ୍ଦ କରିବ ଇସ୍ରାଏଲ୍

ତେଲ ଅଭିଭ୍ : ଗାଜା ଉପରେ ଲଗାତାର ଆକ୍ରମଣ ଚାଲିଥିବା ବେଳେ ଇସ୍ରାଏଲ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ସର୍ବସମ୍ମତିକ୍ରମେ ଅଲ-ଜଜିରା ନ୍ୟୁଜର କାର୍ଯ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଇସ୍ରାଏଲ୍ ସରକାର ଭୋଟିଂ ଜରିଆରେ ଏହି ନିଷ୍ପତ୍ତି ନେଇଛନ୍ତି। ଅଲ୍-ଜଜିରା ନ୍ୟୁଜ୍ ଚ୍ୟାନେଲ୍ କତର ରାଜପରିବାରର ମାଲିକାନାରେ ରହିଛି । ଏହାର ଅଫିସ ଇସ୍ରାଏଲ ଓ ଗାଜାରେ ରହିଛି । ତେବେ ଏହି ଚ୍ୟାନେଲର କାର୍ଯ୍ୟାଳୟ ସ୍ଥାୟୀ ଭାବେ ବନ୍ଦ ହେଉଛି ନା ଏହା କିଛି ମାତ୍ରାରେ କେବଳ କିଛି ମାତ୍ରାରେ ବନ୍ଦ ରହିଛି ସେ ନେଇ ନେତାନ୍ୟାହୁ କୌଣସି ସୂଚନା ଦେଇନାହାନ୍ତି।

ଇସ୍ରାଏଲର ଯୋଗାଯୋଗ ମନ୍ତ୍ରୀ ଶ୍ଲୋମୋ କାରି କହିଛନ୍ତି ଯେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଏହି ନିର୍ଦ୍ଦେଶନାମା ସ୍ୱାକ୍ଷରିତ ହୋଇଛି। ଆମର ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେବ। ଅଲ୍ ଜଜିରା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଗତ ପ୍ରତିବନ୍ଧକକୁ ଅତିକ୍ରମ କରିବାରେ ବହୁ ସମୟ ବିତିଗଲାଣି। ଅଲ୍ ଜଜିରା ଏକ ଉତ୍ତେଜନା ସୃଷ୍ଟିକାରୀ ମେସିନ୍ ରେ ପରିଣତ ହୋଇଛି। ଏହାକୁ ତୁରନ୍ତ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରତିବନ୍ଧକ ଦୂର କରାଯାଇଛି। ଏହା ରାଜ୍ୟର ସୁରକ୍ଷାକୁ କ୍ଷତି ପହଞ୍ଚାଉଛି।

ସମ୍ବନ୍ଧିତ ଖବର