ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଦାବି: ଦୁବାଇରେ ଉଠିଲା ପ୍ରତିବାଦ ସ୍ବର

ଭୁବନେଶ୍ବର : ଦୁବାଇ ଓଡ଼ିଆ ସମାଜ ଓ ଖୋର୍ଦ୍ଧା ନାଗରିକ ମଞ୍ଚ ପକ୍ଷରୁ ୧୮୧୭ ମସିହାର ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଘୋଷଣା ଦାବିରେ ହୋଟେଲ ଗ୍ରାଣ଼୍ଡ ଏକ୍ସେଲେର, ବୁର୍‌ ଦୁବାଇରେ ଏକ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଦୁବାଇ ଓଡ଼ିଆ ସମାଜ ସଭାପତି ସଂଜୟ ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ନାଗରିକ ମଞ୍ଚ ସଭାପତି ସଂଜୟ ପଟ୍ଟନାୟକ ଯୋଗ ଦେଇ କହିଲେ, ଭାରତ ସରକାରଙ୍କ ଏହି ଅବହେଳାକୁ ବରଦାସ୍ତ କରାଯିବ ନାହିଁ। ସମସ୍ତ ଓଡ଼ିଆଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ଜୋରଦାର କରାଯିବ।

ଏହି କାର୍ଯ୍ୟକ୍ରମରେ ସେକ୍‌ ସବିର୍‌, ମାନସ ପଟ୍ଟନାୟକ, ବିନୋଦ ବିହାରୀ ମିଶ୍ର, ଗୁରୁଦ୍ବାର ସମିତିର ଜଲ୍‌ଦୀପ୍‌ ସିଂ, ମନୋଜ ସିଂ, ପବିତ୍ର ବାରିକଙ୍କ ସମେତ ମହାରାଷ୍ଟ୍ର, ଆସାମ, ଗୁଜୁରାଟ, ପଞ୍ଜାବ, ମଧ୍ୟପ୍ରଦେଶ, ବିହାର, କର୍ଣ୍ଣାଟକ ପ୍ରମୁଖ ରାଜ୍ୟର ପ୍ରତିନିଧିମାନେ ଯୋଗ ଦେଇ ପାଇକ ବିଦ୍ରୋହକୁ ଭାରତ ପ୍ରଥମ ସ୍ବାଧୀନତା ସଂଗ୍ରାମ ଘୋଷଣା ଦାବି କରିଥିଲେ। ଏହି ଦାବି ନେଇ ଭାରତ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର