ଏସସିବିରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କଟକ: ଏସସିବିରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ। ସ୍ୱାସ୍ଥ୍ୟରେ ଅଵନତି ଘଟିବାରୁ ତାଙ୍କୁ ଆଜି ସକାଳେ ଏସସିବିରେ ଭର୍ତ୍ତି କରାଯାଇଥିଲା । ରକ୍ତହୀନତା, କିଡନୀ ସମସ୍ୟା ଓ ମୂତ୍ର ସଂକ୍ରମଣ ରୋଗରେ ପୀଡିତ ହୋଇ ଏସସିବିର ମେଡ଼ିସିନ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ ହୋଇଛନ୍ତି। ମେଡିସନ, ନ୍ୟୁରୋଲୋଜି, ନେଫ୍ରୋଲୋଜି ବିଭାଗର ଅଭିଜ୍ଞ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଛନ୍ତି। ତେବେ ଗତ ଜାନୁଆରୀ ମାସରେ ମଧ୍ୟ ସେ ଏସସିବିରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବାରୁ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା।

ତେବେ ଆଜି କମଳା ପୂଜାରୀ ଆଡ଼ମିଟ ହେବା ପରେ କଟକ ମେୟର ଏସସିବି ମେଡିକାଲ ଗସ୍ତକରି କମଳା ପୂଜାରୀଙ୍କୁ ଭେଟିବା ସହ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ମେଡିସନ ବିଭାଗ ମୁଖ୍ୟ ଜୟନ୍ତ ପଣ୍ଡାଙ୍କ କହିବାନୁଯାୟୀ ,ଗତକାଲି କୋରାପୁଟରେ କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଥିଲେ । ଏହାପରେ ଜିଲା ସିଡିଏମଓଙ୍କ ତତ୍ତ୍ୱାବଧାନରେ ଏକ ଟିମ ଜରିଆରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ସ୍ତରରେ ତାଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା ଶେଷ ହୋଇଛି। ବର୍ତ୍ତମାନ ସେ ସୁସ୍ଥ ରହିଛନ୍ତି। ସାଧରଣ ବ୍ୟକ୍ତିଙ୍କ ଭଳି ଖାଇବା ପିଇବା କରୁଛନ୍ତି। ତେବେ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର