ସାରା ଓଡ଼ିଶାକୁ ଯୋଡ଼ିଲା ଲକ୍ଷ୍ମୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଯେତେବେଳେ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇଥିଲେ ସେତେବେଳେ ଦେଖିବାକୁ ପାଇଥିଲେ ଯେ ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ନାହିଁ। ଲୋକମାନେ ବି ସେମାନଙ୍କ ଅଞ୍ଚଳରେ ବସ୍‌ ଚଳାଇବାକୁ ପ୍ରସ୍ତାବ ଦେଇଥିଲେ। ଏହାପରେ ୫-ଟି ଅଧ୍ୟକ୍ଷ ଗାଁକୁ ଗାଁ ଏବଂ ଗାଁକୁ ସହର ସହ ଯୋଡ଼ିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ, ଲୋକମତ ଭିତ୍ତିରେ ମୁଖ୍ୟମନ୍ତ୍ରୀ ‘ଲକ୍ଷ୍ମୀ’ ଯୋଜନା ଘୋଷଣା କରିଥିଲେ। ଏହି ଯୋଜନାରେ ଅକ୍ଟୋବର ୧୨ରେ ମାଲକାନଗିରିରୁ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ ହୋଇଥିବାବେଳେ ଅକ୍ଟୋବର ୨୦ରେ ଗଜପତିରେ, ନଭେମ୍ବର ୧ରେ କଳାହାଣ୍ଡିରେ, ନଭେମ୍ବର ୨୫ରେ ରାୟଗଡ଼ାରେ, ନଭେମ୍ବର ୩୦ରେ ନବରଙ୍ଗପୁର, ଡିସେମ୍ବର ୧୪ରେ କୋରାପୁଟରେ, ଜାନୁଆରି ୩୧ରେ ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ରେ, ଫେବ୍ରୁଆରି ୧୨ରେ ବରଗଡ଼, ବଲାଙ୍ଗୀର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝରରେ, ଫେବ୍ରୁଆରି ୧୬ରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ନୟାଗଡ଼ରେ, ଫେବ୍ରୁଆରି ୧୯ରେ ସମ୍ବଲପୁର, ସୁବର୍ଣ୍ଣପୁର, କଟକ, ଝାରସୁଗୁଡ଼ା, କନ୍ଧମାଳରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କରିଛନ୍ତି। ଫେବ୍ରୁଆରି ୨୧ରେ ବାଲେଶ୍ବର, ନୂଆପଡ଼ା, ବୌଦ୍ଧ, ଗଞ୍ଜାମ ଓ ଜଗତସିଂହପୁରରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ୍‌ ସେବାର ଉଦ୍‌ଘାଟନ କରିବା ପରେ ସାରା ଓଡ଼ିଶାରେ ପ୍ରତି ପଞ୍ଚାୟତରୁ ବ୍ଲକକୁ ଏହି ବସ୍‌ ଚଳାଚଳ କରିବ। ପରବର୍ତ୍ତୀ ସମୟରେ ଏହା ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ଚଳାଇବାର ଯୋଜନା ଅଛି।

ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ଏହି ଯୋଜନାକୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି। ଏଥିପାଇଁ ଗାଁର ଅର୍ଥନୀତିକୁ ମଜବୁତ କରିବାକୁ ହେବ। ଲକ୍ଷ୍ମୀ ବସ୍‌ ଏନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଗାଁ ଲୋକମାନେ ଲକ୍ଷ୍ମୀ ବସ୍‌ ଜରିଆରେ ସୁବିଧାରେ ଏବଂ କମ୍‌ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ। ଲକ୍ଷ୍ମୀ ବସ୍‌ ଆମର ଜୀବନଯାତ୍ରାକୁ ସହଜ କରିବ, ଘରେ ଘରେ ସମୃଦ୍ଧି ଆଣିବ। ଯୋଗାଯୋଗ ହେଉଛି ବିକାଶର ଆଧାର। ଏହାକୁ ଆଧାର କରି ଗ୍ରାମାଞ୍ଚଳରେ ସ୍ଥାନୀୟ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ପର୍ଯ୍ୟଟନ ତଥା ଆଞ୍ଚଳିକ ଆର୍ଥିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାରେ ଲକ୍ଷ୍ମୀ ବସ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଗଁା‌କୁ ଗାଁ, ପିଲାଙ୍କୁ ସ୍କୁଲ ଓ କଲେଜ ସହ, ଚାଷୀଙ୍କୁ ବଜାର, ରୋଗୀକୁ ହସ୍ପିଟାଲରେ ପହଞ୍ଚାଇବା‌େ‌ର ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଲକ୍ଷ୍ମୀ ବସ୍‌ ଏବେ ଲୋକଙ୍କ ଯାତାୟାତର ପ୍ରମୁଖ ମାଧ୍ୟମ ପାଲଟିଛି।

ହଜାରେରୁ ଅଧିକ ବସ୍ ଚାଲିବ, ୨ କୋଟି ଲୋକ ଉପକୃତ ହେବେ
ସାରା ରାଜ୍ୟରେ ପ୍ରାୟ ହଜାରେରୁ ଅଧିକ ବସ୍‌ ଚାଲିବାକୁ ଥିବାବେଳେ ଏହାଦ୍ବାରା ୨କୋଟିରୁ ଅଧିକ ଲୋକ ଉପକୃତ ହେବେ ବୋଲି ଲକ୍ଷ୍ୟ ରଖାଯାଇଛି। ଏଥିରେ ମାଲକାନଗିରିରେ ୩୬ଟି ବସ୍‌ ଚାଲୁଥିବା‌େବଳେ ଏହା ୧୧୧ଟି ପଞ୍ଚାୟତକୁ ଯୋଡ଼ୁଛି। କଳାହାଣ୍ଡିରେ ୬୩ଟି ବସ୍ ଚାଲୁଥିବାବେଳେ ଏହା ସବୁ ପଞ୍ଚାୟତକୁ ଯୋଡ଼ୁଛି। କୋରାପୁଟରେ ୬୩ଟି ବସ୍ ଚାଲୁଥିବାବେଳେ ୨୩୪ଟି ପଞ୍ଚାୟତର ୧୩ଲକ୍ଷ ଲୋକ ଉପକୃତ ହେଉଛନ୍ତି। ରାୟଗଡ଼ାରେ ୫୨ଟି ବସ୍‌ ଚାଲୁଥିବାବେଳେ ଏହା ସମସ୍ତ ୧୮୨ଟି ପଞ୍ଚାୟତକୁ ସଂଯୋଗ କରୁଛି। ନବରଙ୍ଗପୁରରେ ୪୪ଟି ବସ୍ ଚାଲୁଥିବାବେଳେ ୧୦ଟି ବ୍ଲକର ସବୁ ପଞ୍ଚାୟତକୁ ଯୋଡ଼ୁଛି। ଗଜପତିରେ ୩୬ଟି ବସ୍‌ ଚାଲୁଥିବାବେଳେ ଏହା ୭ଟି ବ୍ଲକର ୧୨୬ଟି ପଞ୍ଚାୟତକୁ ଯୋଡ଼ୁଛି। ଏଥିପାଇଁ ୬୯ଟି ନୂଆ ବସ୍‌ ଷ୍ଟପେଜ୍ କରାଯାଇଛି। ଏହିପରି ୬ଟି ଜିଲ୍ଲାର ୧୧୩୧ଟି ପଞ୍ଚାୟତର ୬୩ ଲକ୍ଷ ଲୋକ ଉପକୃତ ହେ‌ଲେଣି।

ସେହିପରି ଦେବଗଡ଼ ଜିଲ୍ଲାର ୬୯ଟି ପଞ୍ଚାୟତରେ ୧୭ଟି ବସ୍‌ ଚାଲୁଥିବାବେଳେ ୩ ଲକ୍ଷ ଲୋକ ଉପକୃତ ହେଉଛନ୍ତି। ଅନୁଗୁଳର ୧୭୬ଟି ପଞ୍ଚାୟତରେ ୨୯ଟି ବସ୍‌ ଚାଲୁଥିବାବେଳେ ୧୧ ଲକ୍ଷ ୫୦ ହଜାର ଲୋକ ଉପକୃତ ହେଉଛନ୍ତି। ସେହିପରି ଢେଙ୍କାନାଳର ୧୯୫ଟି ପଞ୍ଚାୟତରେ ୫୫ଟି ବସ୍‌ ଚାଲୁଥିବାବେଳେ ୧୩ ଲକ୍ଷ ଲୋକ ଉପକୃତ ହେଉଛନ୍ତି। ଖୋର୍ଦ୍ଧାର ୧୫୪ଟି ପଞ୍ଚାୟତରେ ୨୨ଟି ବସ୍‌ ଚାଲୁଥିବାବେଳେ ୧୫.୫୦ଲକ୍ଷ ଲୋକ,ପୁରୀରେ ୪୩୩ଟି ପଞ୍ଚାୟତରେ ୪୪ଟି ବସ୍‌ ଚାଲୁଥିବାବେଳେ ୧୪ ଲକ୍ଷ ୬୦ ହଜାର ଲୋକ, କେନ୍ଦ୍ରାପଡ଼ା‌େର ୧୯୬ଟି ପଞ୍ଚାୟତରେ ୩୭ଟି ବସ୍‌ ଚାଲୁଥିବାବେଳେ ୧୧ ଲକ୍ଷ ୩୭ ହଜାର ଲୋକ, ଭଦ୍ରକରେ ୧୫୮ଟି ପଞ୍ଚାୟତରେ ୨୫ଟି ବସ୍‌ ଚାଲୁଥିବାବେଳେ ୧୦ ଲକ୍ଷ ୮୦ ହଜାର ଲୋକ,ଯାଜପୁରେର ୨୩୩ଟି ପଞ୍ଚାୟତରେ ୩୯ଟି ବସ୍‌ ଚାଲୁଥିବାବେଳେ ୧୩ ଲକ୍ଷ ୭୦ ହଜାର ଲୋକ, ନୟାଗଡ଼ର ୧୮୯ଟି ପଞ୍ଚାୟତରେ ୩୧ଟି ବସ୍‌ ଚାଲୁଥିବାବେଳେ ୯ ଲକ୍ଷ ୩୪ ହଜାର ଲୋକ, ସୁବର୍ଣ୍ଣପୁରର ୧୦୨ଟି ପଞ୍ଚାୟତରେ ୫୮ଟି ବସ୍‌ ଚାଲୁଥିବାବେଳେ ୫ଲକ୍ଷ ୭୩ହଜାର ଲୋକ, କଟକର ୨୬୧ଟି ପଞ୍ଚାୟତରେ ୪୮ଟି ବସ୍‌ ଚାଲୁଥିବାବେଳେ ୧୮ଲକ୍ଷ ୩୭ହଜାର ଲୋକ, ଝାରସୁଗୁଡ଼ାର ୭୬ଟି ପଞ୍ଚାୟତରେ ୧୬ଟି ବସ୍‌ ଚାଲୁଥିବାବେଳେ ୫ଲକ୍ଷ ୬୨ହଜାର ଲୋକ, କନ୍ଧମାଳର ୧୬୪ଟି ପଞ୍ଚାୟତରେ ୫୨ଟି ବସ୍‌ ଚାଲୁଥିବାବେଳେ ୭ ଲକ୍ଷ ୩ ହଜାର ଲୋକ, ସମ୍ବଲପୁରର ୯୭ଟି ପଞ୍ଚାୟତରେ ୩୧ଟି ବସ୍‌ ଚାଲୁଥିବାବେଳେ ୭ଲକ୍ଷ ୨୮ହଜାର ଲୋକ ଉପକୃତ ହେଉଛନ୍ତି।

 

ସମ୍ବନ୍ଧିତ ଖବର