ଦୃଷ୍ଟି ଆଢ଼ୁଆଳରେ ମକରଘାଟ ଜଳପ୍ରପାତ

ରାଉରକେଲା: ପର୍ଯ୍ୟଟନର ବିକାଶ ହେଲେ ଦେଶ ତଥା ରାଜ୍ୟ ବିକାଶ ହୋଇଥାଏ। ପର୍ଯ୍ୟଟନସ୍ଥଳଗୁଡ଼ିକରେ ପର୍ଯ୍ୟଟଙ୍କ ସଂଖ୍ୟା ବଢ଼ିଲେ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶ ହେବ। ସୁନ୍ଦରଗଡ଼ ଜିଲ୍ଲାରେ ଏମିତି ଅନେକ ଆକର୍ଷଣୀୟ ସ୍ଥାନ ରହିଛି, ଯାହାକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳିନି। ଲହୁଣିପଡା ବ୍ଲକ ଫୁଲଝର ପଞ୍ଚାୟତର ରୁଗୁଡି ଗ୍ରାମର କୁଚିଳା ସାହିର ନିକଟସ୍ଥ ମକରଘାଟ ଜଳପ୍ରପାତ ଏଯାଏଁ ପ୍ରଶାସନ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ମକର ଘାଟ ଜଳପ୍ରପାତ ନାମକରଣ ପଛରେ ମଧ୍ୟ କିମ୍ବଦନ୍ତୀ ରହିଛି। ସ୍ଥାନୀୟ ପାବୁଡିଭୂୟାଁ

ଆଦିବାସୀଙ୍କ କହିବାନୁଯାୟୀ ଜଳପ୍ରପାତକୁ ସ୍ଥାନୀୟ ଆଦିବାସୀ କେବଳ ମକର ସଂକ୍ରାନ୍ତି ସମୟରେ ଗାଧୋଇବାକୁ ଯାଇଥାନ୍ତି। ସେଥିପାଇଁ ଏହାର ନାମ ମକରଘାଟ ରଖାଯାଇଛି। ଲୁକ୍କାୟିତ ଏହି ଜଳପ୍ରପାତ ଆଜିପର୍ଯ୍ୟନ୍ତ ପର୍ଯ୍ୟଟନ ଦୃଷ୍ଟିକୁ ନ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲୁକ୍କାୟିତ ଜଳପ୍ରପାତ ଲହୁଣୀପଡା ବ୍ଲକ କାର୍ଯ୍ୟାଳୟରୁ ୪୦ କି.ମି. ଦୂର। ଫୁଲଝର ପଞ୍ଚାୟତରୁ ମାତ୍ର ୧୦ କିମି। ଖୁଟୁଗାଁ ଫୁଲଝର ଦେଇ କେନ୍ଦୁଝରକୁ ସଂଯୋଗ କରିଥିବା ରାସ୍ତାର ୧ କି.ମି. ଦୂରରେ ଏହି ଜଳପ୍ରପାତ ରହିଛି। ଜଳପ୍ରପାତର ଚତୁଃପାର୍ଶ୍ବ ବିସ୍ତୀର୍ଣ୍ଣ ଜଙ୍ଗଲ। ଏହାର ଜଳ ରାଶି ପର୍ଯ୍ୟଟକମାନଙ୍କୁ ବେଶ ଆକର୍ଷିତ କରିଥାଏ। ପିକ୍‌ନିକ୍‌ ଋତୁରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥାଏ। ଏହାର ଚତୁଃପାର୍ଶ୍ବରେ ବଣଭୋଜି ପାଇଁ ଅନେକ ଜାଗା ରହିଛି। ତେବେ ଲୁକ୍କାୟିତ ଏହି ପର୍ଯ୍ୟଟନସ୍ଥଳଳ ବିକାଶ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର