ମନୋଜ ଶର୍ମା ପୂର୍ବତଟ ରେଳପଥର ନୂତନ ମହାପ୍ରବନ୍ଧକ

ଭୁବନେଶ୍ୱର : ୧୯୮୫ ବ୍ୟାଚ୍ ଭାରତୀୟ ରେଳ ଇଞ୍ଜିନିୟରିଂ ସେବା(ଆଇଆରଏସ୍ଇ) ଅଧିକାରୀ ମନୋଜ ଶର୍ମା ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ଶ୍ରୀ ଶର୍ମା ମୁମ୍ବାଇରେ କେନ୍ଦ୍ରୀୟ ରେଳବାଇର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଭାବେ କାର୍ଯ୍ୟ କରୁଥିଲେ। ସେ ପଶ୍ଚିମ ରେଳପଥରେ ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ)/ରତଲାମ, ଉତ୍ତର ରେଳପଥରେ ମୁଖ୍ୟ ଇଞ୍ଜିନିୟର, ଭାରତର ଜାତୀୟ ରାଜପଥ ପ୍ରାଧିକରଣ, ଦିଲ୍ଲୀରେ ମୁଖ୍ୟ ଜେନେରାଲ ମ୍ୟାନେଜର ଓ ଲକ୍ଷ୍ନୌରେ ଅନୁସନ୍ଧାନ ଡିଜାଇନ୍ ଓ ମାନକ ସଂଗଠନରେ ଯୁଗ୍ମ ନିର୍ଦ୍ଦେଶକ/ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ଶ୍ରୀ ଶର୍ମା ୧୯୮୭ରେ ଭାରତୀୟ ରେଳବାଇରେ ଯୋଗ ଦେଇଛନ୍ତି। ସେ ରୁର୍‌କି ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଛନ୍ତି ଏବଂ ଆଇଆଇଟି ଦିଲ୍ଲୀରୁ ଏମ.ଟେକ୍‌ କରିଛନ୍ତି। ପ୍ରୋଜେକ୍ଟ ନିର୍ମାଣ ଓ କାର୍ଯ୍ୟକ୍ଷମ କରିବାରେ ତାଙ୍କର ବହୁଳ ଅଭିଜ୍ଞତା ରହିଛି। ସେ ବିଭିନ୍ନ ମନ୍ତ୍ରଣାଳୟରେ କ୍ଷମତାର ସହ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର