ହିପକିନ୍ସ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ

ୱେଲିଂଟନ: କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଦାୟୀ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡେନଙ୍କ ଇସ୍ତଫା ‌ପ‌ରେ ହିପକିନ୍ସ ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଗତ ରବିବାର ଦିନ ଲେବର ପାର୍ଟି ହିପକିନ୍ସଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଛି। ପ୍ରଧାନମନ୍ତ୍ରୀ ଭାବେ ଅର୍ଡେନଙ୍କ ଶେଷ ଦିନରେ ସେ ସଂସଦର ପ୍ରତି ସଦସ୍ୟଙ୍କୁ ଆଲିଙ୍ଗନ କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଅନେକ ଭାବପ୍ରବଣ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର