ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ସୁନ୍ଦରଗଡରେ ପାସ୍‌ ହାର ୯୮.୪୦%

ଏ-୧ରେ ୫୦, ଏ-୨ରେ ୫୦୬, ୪୦୩ ସ୍କୁଲରେ ୨୪,୬୨୪ ପରୀକ୍ଷାର୍ଥୀ

ରାଉରକେଲା : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କୋଭିଡ କଟକଣା ମଧ୍ୟରେ ବିନା ପରୀକ୍ଷାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କିଛି ଛାତ୍ରଛାତ୍ରୀ ଆଶା ଠାରୁ କମ୍‌ ନମ୍ବର ‌ପାଇଥିବା ମତ ରଖିଛନ୍ତି। ଚଳିତ ଥର ରାଜ୍ୟର ପାସ୍‌ ହାର ରହିଛି ୯୭.୮୯%। ଏ-୧ରେ ୨ ହଜାର ୬୫୬, ଏ -୨ରେ ୨୨ ହଜାର ୧୩୧ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଚଳିତ ଥର ରାଜ୍ୟର କୌଣସି ସ୍କୁଲର ଶୂନ ରେଲଜ୍ଟ ହୋଇନାହିଁ। ସୁନ୍ଦରଗଡ ଜିଲ୍ଲାରେ ପାସ୍‌ ହାର ରହିଛି ୯୮.୪୦%। ଏ-୧ରେ ୫୦, ଏ -୨ରେ ୫୦୬, ବି-୧ରେ୧୭୩୧, ବି-୨ରେ୪୦୨୩, ସିରେ ୬୩୦୭, ଡିରେ ୮୨୩୨, ଇରେ ୩୬୨୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ‌ ହୋଇଛନ୍ତି। ମୋଟ ୭୦ ଜଣ ଫେଲ୍‌ ହୋଇଛନ୍ତି।

ଜିଲ୍ଲାର ମୋଟ ୪୦୩ ସ୍କୁଲର ୨୪ ହଜାର ୮୫୨ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ। ଏମାନଙ୍କ ମଧ୍ୟରୁ ୨୮୮ ଅନୁପସ୍ଥିତ ଥିଲେ। ୨୪ ହଜାର ୬୨୪ ପରୀକ୍ଷାର୍ଥୀ ଶତପ୍ରତିଶତ ପାସ୍‌ କରିଛନ୍ତି। ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧୧ ହଜାର ୬୨୮ ଛାତ୍ର, ୧୨ ହଜାର ୮୨୬ ଛାତ୍ରୀ ଅଛନ୍ତି। ସୁନ୍ଦରଗଡ ଜିଲ୍ଲାର ଏ-୧ରେ ପାସ୍‌ କରିଥିବା ୫୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି ରାଉରକେଲା ସହରରେ। ସେକ୍ଟର-୬ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜିଲ୍ଲାର ସର୍ବାଧିକ ୧୩ ପରୀକ୍ଷାର୍ଥୀ ଏ-୧ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ସେକ୍ଟର-୭ ଚିନ୍ମୟ ବିଦ୍ୟାଳୟରେ ଏ -୧ରେ ୩, ସେକ୍ଟର-୧୭ ମଧୁସୂଦନ ଶିକ୍ଷା ନିବାସରେ ୨, ସେକ୍ଟର-୩ ବାଜିରାଉତ ଶିକ୍ଷା ନିକେତନରେ ଜଣେ, ସେକ୍ଟର-୨୦ କୋଏଲ ବିଦ୍ୟାପୀଠରେ ଜଣେ, ଅରୋବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଏ-୧ରେ ୫, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଏ -୧ରେ ୨, ସବଡେଗା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରେ ଏ -୧ରେ ଜଣେ, ବଣାଇଁ ବ୍ଲକରେ ଏ-୧ରେ ୪, ବୀରମିତ୍ରପୁରରେ ଏ-୧ ଗ୍ରେଡରେ ଜଣେ ପରୀକ୍ଷାର୍ଥୀ କୃତ କାର୍ଯ୍ୟ ହୋଇଛନ୍ତି।

ସେକ୍ଟର-୬ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର : ସର୍ବାଧିକ ୧୩ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ କୃତକାର୍ଯ୍ୟ ହୋଇ ସୁନ୍ଦରଗଡ ଜିଲ୍ଲାର ‌ଶ୍ରେଷ୍ଠ ସ୍କୁଲରେ ସ୍ଥାନ ପାଇଛି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର। ବିଦ୍ୟାଳୟରେ ମୋଟ ୧୬୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଏ -୧ରେ ୧୩ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଏ -୨ରେ ୩୭, ବି -୧ରେ ୬୧,‌ ବି -୨ରେ ୪୮, ସିରେ ୫ ଓ ଇ ଗ୍ରେଡରେ ଜଣେ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ସୁହାନି ନାୟକ ସ୍କୁଲର ସର୍ବାଧିକ ୫୬୧ ନମ୍ବର ରଖି ଟପ୍ପର ହୋଇଛନ୍ତି। ସତ୍ୟଶ୍ରୀ ସାହୁ (୫୫୯), ଦୀନବନ୍ଧୁ ପଣ୍ଡା (୫୫୭), ରୀତାମିତ୍ର (୫୫୧), ସୃଷ୍ଟିସାଗରିକା ପାଲ (୫୪୭), ବିଷ୍ଣୁପ୍ରିୟା ନାୟକ (୫୪୩), ସବ୍ୟସାଚୀ ଷଡଙ୍ଗୀ (୫୪୦), ମାନୁନି ସେଠୀ (୫୪୦), ଅଭିଜିତ୍‌ ପାଢ଼ୀ (୫୪୦), ଅମନଦୀପ ସାହୁ (୫୪୦), ସ୍ମୃତିପ୍ରଜ୍ଞା ରାଉତ (୫୪୦), ବିଜୟଲକ୍ଷ୍ମୀ ପ୍ରଧାନ (୫୪୦) ଓ ଭାଗ୍ୟଶ୍ରୀ ପଣ୍ଡା (୫୪୦) ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି।

ସେକ୍ଟର-୭ ଚିନ୍ମୟ ବିଦ୍ୟାଳୟ : ଚଳିତ ଥର ବିଦ୍ୟାଳୟରେ ମୋଟ ୧୩୭ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ। ଏ -୧ରେ ୩, ଏ -୨ରେ ୨୭, ବି-୧ରେ ୩୪, ବି -୨ରେ ୩୩, ସିରେ ୩୩ ଓ ଡି ଗ୍ରେଡରେ ୭ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଏ-୧ରେ ପାସ୍‌ କରିଥିବା ତିନି ପରୀକ୍ଷାର୍ଥୀ ହେଲେ ତେଜସ୍ବନୀ ସାହୁ ୫୬୧ (୯୩.୫%), ଜ୍ୟୋର୍ତିମୟୀ ମହାରଣା ୫୪୫ (୯୦.୮୩%), ସୁଦୀପ୍ତ ବଳ ୫୪୧ (୯୦.୧୬%) ନମ୍ବର ରଖିଛନ୍ତି।

ବାଜିରାଉତ ଶିକ୍ଷା ନିକେତନ : ସେକ୍ଟର-୩ ବାଜି ରାଉତ ଶିକ୍ଷା ନିକେତନରେ ୯୧ ପରୀକ୍ଷାର୍ଥୀ ମଧ୍ୟରୁ ଏ-୧ରେ ଜଣେ, ଏ-୨ରେ ୧୧, ବି-୧ରେ ୨୭, ବି-୨ରେ ୩୫, ସି ରେ୧୬, ଡି ଗ୍ରେଡରେ ଜଣେ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ସ୍କୁଲର ସସ୍ମିତା ସେନାପତି ସର୍ବାଧିକ ୫୪୧ (୯୦.୧୬୭%) ମାର୍କ ରଖି ଏ-୧ ଗ୍ରେଡରେ କୃତକାର୍ଯ୍ୟ ହୋଇଛନ୍ତି।

ମଧୁସୂଦନ ଶିକ୍ଷା ନିବାସ : ସେକ୍ଟର-୧୭ସ୍ଥିତ ମଧୁସୂଦନ ଶିକ୍ଷା ନିବାସରେ ଏ-୧ ଗ୍ରେଡରେ ୨, ଏ -୨ରେ ୧୪, ବି-୧ରେ ୪୯, ବି -୨ରେ ୭୫, ସିରେ ୭୯, ଡିରେ ୪୯ ଓ ଇ ଗ୍ରେଡରେ ୫ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ସ୍କୁଲର ରାଜୀବ ମାଝି ସର୍ବାଧିକ ୫୪୬ ନମ୍ବର, ଅର୍ପିତା ମହାପାତ୍ର ୫୪୫ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି।

କୋଏଲ ବିଦ୍ୟାପୀଠ : ସେକ୍ଟର-୨୦ କୋଏଲ ବିଦ୍ୟାପୀଠରେ ୫୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଶୁଭସ୍ମିତା ମହାନ୍ତି ୫୪୪ ନମ୍ବର ରଖି ଏ-୧ରେ ପାସ୍‌ କରିଛନ୍ତି। ତିନି ଛାତ୍ରଛାତ୍ରୀ ଏ -୨ରେ, ୮ ଛାତ୍ରଛାତ୍ରୀ ବି -୧ରେ, ୨୩ ଛାତ୍ରଛାତ୍ରୀ ବି-୨, ୧୩ ଛାତ୍ରଛାତ୍ରୀ ସି ଗ୍ରେଡ, ଦୁଇ ଛାତ୍ରଛାତ୍ରୀ ଡି, ୫ ଛାତ୍ରଛାତ୍ରୀ ଇ ଗ୍ରେଡରେ ପାସ୍‌ କରିଛନ୍ତି।

ସରସ୍ବତୀ ଶିଶୁ ମନ୍ଦିର ଜଗଦା : ବିଦ୍ୟାଳୟରେ ୭୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩ ପରୀକ୍ଷାର୍ଥୀ ୯୦ %ରୁ ଅଧିକ ନମ୍ବର ରଖି ପାସ୍‌ କରିଛନ୍ତି। ୫୪୦ ନମ୍ବର ରଖି ସୋନାଲି ମହାତୋ ସ୍କୁଲର ପ୍ରଥମ , ପ୍ରିୟଙ୍କା ଦାସ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏ-୧ରେ ୧୩, ବି-୧ରେ ୨୪, ବି-୨ରେ ୩୪, ୩ ଛାତ୍ରଛାତ୍ରୀ ସି ଗ୍ରେଡରେ ପାସ୍‌ କରିଛନ୍ତି। ସ୍କୁଲର ୭୫ ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରଖିଛନ୍ତି।

ବ୍ୟାସଦେବ ଉଚ୍ଚ ବିଦ୍ୟାଳୟ : ବେଦବ୍ୟାସସ୍ଥିତ ବ୍ୟାସଦେବ ଉଚ୍ଚ ବିଦ୍ୟାଳୟରେ ୫୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଏ -୨ରେ ୨, ବି -୧ରେ ୩, ବି -୨ରେ ୬, ସି ରେ ୧୨, ଡିରେ ୨୮ ଓ ଇରେ ୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଫାଲଗୁନୀ ନାୟକ ଓ ଅଲିଭାରାଣୀ ବିଶ୍ବାଳ ସର୍ବାଧିକ ୪୮୦ ନମ୍ବର ରଖି ବିଦ୍ୟାଳୟରେ କୃତିତ୍ବ ଆଣି ପାରିଛନ୍ତି।

ସମ୍ବନ୍ଧିତ ଖବର