ସ୍କୁଲ ଶୌଚାଳୟ ସଫା କଲେ ବିଧାୟକ

ବାଲେଶ୍ବର: ସଦର ବିଧାୟକ ସ୍ବରୂପ କୁମାର ଦାସ ସ୍କୁଲ ଶୌଚାଳୟ ସଫା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସଦର ବ୍ଲକ ଓଡ଼ଙ୍ଗୀ ପଞ୍ଚାୟତ ବାଘାଯତୀନ ଉଚ୍ଚ ବିଦ୍ୟାଳୟକୁ ବିଧାୟକ ସ୍ବରୂପ ଦାସ ଅତିଥି ହୋଇ ଯାଇଥିଲେ। ୫-ଟିରେ ସାମିଲ ହୋଇଥିବା ଏହି ସ୍କୁଲର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସମୟରେ ସ୍ବଚ୍ଛତାକୁ ନେଇ ବିଧାୟକ ଶ୍ରୀ ଦାସ ପ୍ରଶ୍ନ ଉଠାଇଥିଲେ।

ସ୍କୁଲର ଶୌଚାଳୟ ଅବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ଆଉ ନିଜେ ଶୌଚାଳୟକୁ ସଫା କରିବା ସହ ଏହାକୁ ସଫା ରଖିବାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଗିଦ୍‌ କରିଥିଲେ। ବିଧାୟକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏହି ସଫେଇ କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର କର୍ମୀମାନେ ସାମିଲ ହେବା ସହିତ ବ୍ଲକ ସଭାପତି ବସନ୍ତ ପଣ୍ଡା, ପଞ୍ଚାୟତ ସଭାପତି ମଧୁସୁଦନ ଦାସ, ସେକ୍‌ ଅନସର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର