ସୁନା ଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରାହ୍ମଣଦା(ଭାତୁରିପଶି) ଗାଁ ନିକଟ ହାଇଲେଭଲ୍ କେନାଲ ରାସ୍ତାରେ ଆଜି ଅପରାହ୍ଣରେ ବଡ଼ଚଣା ଥାନା ରାଧାଦେଇପୁର ପଞ୍ଚାୟତ ବାଙ୍ଗୁରୁମୁଠା ଗ୍ରାମର ସନ୍ତୋଷ ନାୟକଙ୍କ ପତ୍ନୀ ପ୍ରତିମାଙ୍କ ବେକରୁ ଜଣେ ଦୁର୍ବୃତ୍ତ ସୁନାଚେନ୍‌ ଝାମ୍ପି ନେଇଛି।

ଏନେଇ ପ୍ରତିମା ଧର୍ମଶାଳା ଥାନାରେ ଏତଲା ଦେଇଛନ୍ତି। କୁମାରୀ ପଞ୍ଚାୟତ ଦେଉଳିପାଳ ଗ୍ରାମସ୍ଥିତ ଜଣେ ବନ୍ଧୁଙ୍କ ଘରକୁ ଆସିଥିବା ସନ୍ତୋଷ ତାଙ୍କ ପତ୍ନୀ ପ୍ରତିମା ଓ ପୁଅକୁ ବାଇକ୍‌ରେ ବସାଇ ଘରକୁ ଫେରୁଥିଲେ। ହେଲମେଟ୍ ପିନ୍ଧି ଏକ ନାଲି ପଲସରରେ ଜଣେ ଦୁର୍ବୃତ୍ତ ସେମାନଙ୍କୁ ପିଛା କରୁଥିଲା। ବ୍ରାହ୍ମଣଦା ଗାଁ ନିକଟରେ ପ୍ରତିମାଙ୍କ ବେକରୁ ୧୨ଗ୍ରାମ୍ ଓଜନର ସୁନାଚେନ୍‌କୁ ଝାମ୍ପିନେଇ ଫେରାର ହୋଇଯାଇଥିଲା।

ସମ୍ବନ୍ଧିତ ଖବର