ନ୍ୟୁୟର୍କ ନାଇକ୍ଲବ ନିକଟରେ ଗୁଳିକାଣ୍ଡ, ୮ ଆହତ

ନ୍ୟୁୟର୍କ : ଶନିବାର ନ୍ୟୁୟର୍କର ଲଙ୍ଗ୍ ବିଚରେ ଥିବା ଏକ ନାଇଟକ୍ଲବ ନିକଟରେ ଗୁଳିକାଣ୍ଡ ହୋଇଥିବା ଖବର ମିଳିଛି । ଏହି ଗୁଳିକାଣ୍ଡରେ ୮ ଜଣ ଆହତ ହୋଇଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ କିଛି ଅଜଣା ଲୋକ ହଠାତ୍ ଗୁଳି ଚଳାଇବା ଆରମ୍ଭ କରିଥିଲେ। ହଠାତ୍ ଗୁଳିଚାଳନା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଫଳରେ ଲୋକେ ନିଜ ଜୀବନ ପାଇଁ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଗୁଳିମାଡ଼ରେ ଆହତଙ୍କୁ ଡାକ୍ତରଖାନା ନିଆଯାଇଛି। ଘଟଣା ପରେ ଗୁଳିଚାଳକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ମଧ୍ୟ ଖବର ପାଇ ଲୋକଙ୍କୁ ପଚରାଉଚରା କରିଥିଲେ ହେଁ ଆକ୍ରମଣକାରୀଙ୍କ ପତ୍ତା ମିଳିପାରିନାହିଁ। ଘଟଣାର ତଦନ୍ତ ଚାଲିଛି।

ସୂଚନା ଅନୁସାରେ ଲଙ୍ଗ୍ ବିଚ୍ ସ୍ଥିତ ପ୍ରେଣ୍ଡିଡୋ ଡି ନୋଚ୍ ନାଇଟ୍ କ୍ଲବ୍ ରେ ଏହି ଗୁଳିକାଣ୍ଡ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରଥମେ ଜଣେ ଆହତ ବ୍ୟକ୍ତିଙ୍କୁ ଦେଖିବାକୁ ପାଇଥିଲା। ତାଙ୍କ ଦେହରେ ଅନେକ ଗୁଳି ବାଜିଥିଲା। ପରେ ଆହତ ସଂଖ୍ୟା ବଢି ୮ରେ ପହଞ୍ଚିଥିଲା । ପୁଲିସ ତୁରନ୍ତ ଆମ୍ବୁଲାନ୍ସ ବ୍ୟବସ୍ଥା କରି ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲା। ଆହତଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ଲଙ୍ଗ୍ ବିଚ୍ ରେ ରାତି ପ୍ରାୟ ୧୧ଟା ୩୮ ମିନିଟ୍ ରେ ଏହି ଘଟଣା ଘଟିଛି।

ସମ୍ବନ୍ଧିତ ଖବର