କୋର୍ଟ କାର୍ଯ୍ୟର ସୁପରିଚାଳନା ପାଇଁ ନୂଆ ଟେକ୍ନୋଲୋଜି ସହିତ ଚାଲିବାକୁ ପଡିବ: ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

 ମୟୂରଭଞ୍ଜ ଜିଲ୍ଲା ଓକିଲ ସଂଘ ବୈଠକରେ ଯୋଗଦେଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି 

ବାରିପଦା: ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ. ଏସ. ମୁରଳିଧର ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଜିଲ୍ଲା ଓକିଲ ସଂଘ ବାରିପଦାର ଏକ ବୈଠକରେ ଯୋଗଦେଇ ବର୍ତ୍ତମାନର ପରିବର୍ତ୍ତିତ ସମୟରେ କୋର୍ଟ କାର୍ଯ୍ୟର ସୁପରିଚାଳନା ପାଇଁ ନୂଆ ଟେକ୍ନୋଲୋଜି ସହିତ ଚାଲିବାକୁ ପଡିବ ଏବଂ ସମସ୍ତ ଆଇନଜୀବୀ ଏଦିଗରେ ସାମିଲ ହୋଇ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।
ବାରିପଦା ବାର ଏସୋସିଏସନ ସଭାଗୃହରେ ଜିଲ୍ଲା ଓକିଲ ସଂଘର ସଭାପତି ବରିଷ୍ଠ ଆଇନଜିବୀ ପ୍ରବୀର କୁମାର ବସାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ୱତନ୍ତ୍ର ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ମୟୂରଭଞ୍ଜ ବିଚାର ବିଭାଗ ଦାୟୀତ୍ୱରେ ଥିବା ଓଡିଶା ଉଚ୍ଚ ନ୍ୟୟାଳୟର ଅନ୍ୟତମ ବିଚାରପତି ବି.ପି. ରାଉତରାୟ ଏବଂ ରେଜିଷ୍ଟାର ବି.କେ. ମିଶ୍ର ଯୋଗ ଦେଇଥିଲେ । ଓକିଲ ସଂଘର ପୂର୍ବତନ ସମ୍ପାଦକ ବିଭୁପ୍ରସାଦ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ସଂଘର ସାଧାରଣ ସମ୍ପାଦକ ବସନ୍ତ କୁମାର ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ ।
ଆଲୋଚନା ସମୟରେ ସଂଘର ସଭାପତି ଶ୍ରୀ ବସା ଓ ସମ୍ପାଦକ ଶ୍ରୀ ଭୋଳଙ୍କ ସହିତ ପୂର୍ବତନ ସଭାପତି ହିମାଂଶୁ କୁମାର ପରିଡା, ପ୍ରଦୀପ କୁମାର ରଥ, ବିଜନ ଦାସ, ଉପସଭାପତି ସୁଜାତା ମିଶ୍ର, ଯୁଗ୍ମ ସମ୍ପାଦକ ସ୍ୱରୁପ କୁମାର ମିଶ୍ର, ପୂର୍ବତନ ସମ୍ପାଦକ ଅଶୋକ କୁମାର ମହାପାତ୍ର, ବିପ୍ଳବ ବାରିକ ଏବଂ ଆଇନଜିବୀ ବିଜୟ କୁମାର ଦାସ, ଶଚିଦାନନ୍ଦ ଆଚାର୍ଯ୍ୟ, ସତ୍ୟସ୍ୱରୁପ ଦାଶ, ସତ୍ରବ୍ୟତ ଦାସ, ସନ୍ତୋଷ କୁମାର ଓତା ପ୍ରମୁଖ ବାରିପଦା କୋର୍ଟର ନୂତନ ବିଲ୍ଡିଂକୁ ବର୍ତ୍ତମାନର କୋର୍ଟ ପରିସର ନିକଟରେ ସ୍ଥାପନ କରିବାକୁ ନିବେଦନ କରିଥିବା ବେଳେ, ମୁଖ୍ୟ ବିଚାରପତି ଏବାବଦରେ ସ୍ୱତନ୍ତ୍ର ଭାବରେ ବିଚାର କରିବେ ବୋଲି କହିଥିବାର ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ ସଦଶ୍ୟ ସଦସ୍ୟା ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେସହେଯାଗ କରିଥିଲେ ।
ସମ୍ବନ୍ଧିତ ଖବର