ଦଶହରାରେ ପୁରୁଣା ପରମ୍ପରା; ସେବେରେ ସେବେରେ ଘୁମ୍ ନାଚ

ପାଳଲହଡ଼ା: ଶହ ଶହ ବର୍ଷ ପୂର୍ବରୁ ଆଦିବାସୀ ହୋ’ ସଂପ୍ରଦାୟ ଭାଇ ଭଉଣୀମାନେ ରାଜା ରାଜୁଡ଼ା ସମୟରୁ ଦଶହରା ଆସିଲେ ସପ୍ତମୀରୁ ଦଶମୀ ତିଥି ଯାଏଁ ପୁରାତନ ଆଦିବାସୀ ସଂସ୍କୃତି ସଂପନ୍ନ ‘ସେବେରେ ସେବେର ଘୁମ୍ ନାଚ’ ଗାଁ ଗାଁ ବୁଲି ପ୍ରଦର୍ଶନ କରିଥା’ନ୍ତି। ଆଗ ଭଳି ଏହି ନୃତ୍ୟ କାର୍ଯ୍ୟକ୍ରମକୁ ଦେଖିବାକୁ ଆଗ୍ରହ ନଥିବା ବେଳେ କେତେକ ଗାଁରେ ଆଦିବାସୀ ଭାଇ ଭଉଣୀମାନେ ଏବେ ବି ଏହି ପରଂପରା ଭୁଲିନାହାନ୍ତି। ରାଜତନ୍ତ୍ର ସମୟରେ ରାଜାମାନେ ଦଶହରା ପଡ଼ିଆକୁ ହାତୀରେ ବସି ଯାତ୍ରା କରୁଥିଲେ।

ସେତେବେଳେ ଆଦିବାସୀମାନେ ଏହି ନୃତ୍ୟ କରି ବିରାଟ ଶୋଭାଯାତ୍ରାରେ ପାଛୋଟି ନେଉଥିଲେ। ଏବେ ରାଜତନ୍ତ୍ର ନଥିଲେ ମଧ୍ୟ ବିଲୁପ୍ତ ହୋଇନି ସେହି ପୁରାତନ ପରମ୍ପରା। ହାତରେ ଥାଳି, ବଙ୍କୁଲିବାଡ଼ି, ଜୋକର ବେଶ, ପୁରୁଷ ଓ ସ୍ତ୍ରୀ ବେଶ ହୋଇ ଗାଁ ଗାଁ ବୁଲି ଆଦିବାସୀ ଗୀତର ତାଳରେ ନୃତ୍ୟ ପ୍ରଦର୍ଶନ କରିଥା’ନ୍ତି। ପାଳଲହଡ଼ା ଅଞ୍ଚଳରେ ଦଶହରା ଅବସରରେ ଦେଖିବାକୁ ମିଳେ ଆଦିବାସୀମାନଙ୍କ ଏହି ପାରମ୍ପରିକ ନୃତ୍ୟ। ଆମେ ଯେ ପର୍ଯ୍ୟନ୍ତ ଅଛୁ, ଦଶହରାରେ ‘ସେବେରେ ଘୁମ’ ଗୀତ ଗାଇ ଆନନ୍ଦିତ ହେବା ସହିତ ଏହାକୁ ପାଳନ କରୁଛୁ। ଆମେ ବୁଲି ବୁଲି ଦଶହରା ଦିନ ନିଜ ଗାଁରେ ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜା କରି ଉଦ୍‌ଯାପନ କରିଥାଉ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର