ତୁରନ୍ତ ରତ୍ନ ଭଣ୍ଡାର ଖୋଲିବାକୁ ବିରୋଧୀଙ୍କ ଦାବି: ଆଲୋଚନା ପରେ ନିଆଯିବ ନିଷ୍ପତ୍ତି ବୋଲି କହିଲେ ମନ୍ତ୍ରୀ

ଭୁବନେଶ୍ବର: ରତ୍ନ ଭଣ୍ଡାର ପ୍ରସଙ୍ଗରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଯେତେବେଳେ ଆବଶ୍ୟକ ପଡ଼େ ସେତେବେଳେ ମରାମତି କଥା ଆସେ । ଏଏସଆଇ ଯେଉଁ ଚିଠି ଲେଖିଛନ୍ତି, ତାକୁ ତର୍ଜମା କରିବା ପରେ ନିଷ୍ପତ୍ତି ନିଆଯିବ। ଆଲୋଚନା ପର୍ଯ୍ୟାଲୋଚନା ପରେ ହିଁ ନିଷ୍ପତ୍ତି ନିଆଯାଇ ପାରିବ।

The New Indian Express

ଏଣେ ରତ୍ନ ଭଣ୍ଡାର ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ରତ୍ନ ଭଣ୍ଡାରରୁ ଚୋରି ହୋଇଛି ଯେଉଁଥିପାଇଁ ଖୋଲିବାକୁ ସରକାର ଡ଼ରୁଛନ୍ତି। କୌଣସି ଅଜଣା କାରଣରୁ ରାଜ୍ୟ ସରକାର ଭୟଭୀତ। ନିର୍ବାଚନ ଆସୁଛି କାଳେ ଆମେ ହାରିଯିବୁ ସେଥିପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି। ବିଶେଷ କରି ଏଏସଆଇ ଲେଖି ସାରିବା ପରେ ରତ୍ନ ଭଣ୍ଡାର ମରାମତି କରିବା ପାଇଁ ସରକାର ଆଇନତଃ ବାଧ୍ୟ। ସେଥିରେ କିଛି ବିଚାର କରିବାର ନାହିଁ। କାହିଁକି ନା ଏଏସଆଇର ଦାୟିତ୍ୱ ରକ୍ଷଣାବେକ୍ଷଣ। ବହୁତ ବର୍ଷ ଧରି ରତ୍ନ ଭଣ୍ଡାରର ଯାଞ୍ଚ ହୋଇନି। ତାର ଗଣତି ହୋଇନାହିଁ। ଓଜନ ହୋଇନାହିଁ। ଲୋକେ ଆଶଙ୍କା କରୁଛନ୍ତି ସେଥିରୁ ଚୋରି ହୋଇଛି। ଯଦି ଅଭିଯୋଗ ଆସିଲା ତେବେ ଜିରୋ ଟଲରାନ୍ସ ସରକାର ପଦକ୍ଷେପ ନେବା କଥା। କିଛି ହୁଏତ ଚୋରି ହୋଇଥିବ, ଯେଉଁଥିପାଇଁ ସରକାର ଡ଼ରୁଛନ୍ତି। ମୁଁ ଦାବି କରୁଛି ତୁରନ୍ତ ଖୋଲାଯାଉ।

jagran.com

ଏଣେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ରତ୍ନ ଭଣ୍ଡାର ପ୍ରସଙ୍ଗରେ ଓଡ଼ିଶାବାସୀ କେବେ ଏ ସରକାରକୁ କ୍ଷମା ଦେବେନି। ରତ୍ନ ଭଣ୍ଡାର ଖୋଲିବା ନେଇ ଯେତେବେଳେ ରାଜ୍ୟବାସୀ ଚାହୁଁଛନ୍ତି ସରକାର ଆଗେଇ ଆସିବା କଥା। ସରକାର ଜାଣିଶୁଣି ରତ୍ନ ଭଣ୍ଡାର ନ ଖୋଲିବା ତା ପଛରେ ରହସ୍ୟ କଣ ରହିଛି ତାହାର ସତ୍ୟାସତ୍ୟ ସାମ୍ନାକୁ ଆସିବା ଦରକାର। କାଳେ ସମସ୍ତ ଭିତିରି କଥା ପଦାକୁ ଆସିଯିବ ତାକୁ ଆଧାର କରି ଯଦି ନ ଖୋଲୁଥିବେ, ତେବେ ତାହା ଦୁର୍ଭାଗ୍ୟଜନକ। ଓଡ଼ିଶାବାସୀ କେବେ ଏ ସରକାର କୁ କ୍ଷମା ଦେବେନି।

ସମ୍ବନ୍ଧିତ ଖବର