ରବି ମଣ୍ଡିରେ ଅନିମିୟତତା ଅଭିଯୋଗ କରି ଜିଲ୍ଲାକୃଷକ ମୋର୍ଚ୍ଚା ଆମ୍ବାଗୁଡାରେ ସାଢ଼େ ଦୁଇଘଣ୍ଟାର ରାସ୍ତାରୋକ

ବଳକାଥିବା ସବୁ ଧାନ କିଣ, ନଚେତ ସିଏସଓ କାର୍ଯ୍ୟାଳୟ ଘେରିବୁ: ଗୌତମ 

ଜୟପୁର: ରବି ମଣ୍ଡିରେ ବ୍ୟାପକ ଅନିମିୟତତତା। ଉଦେଶ୍ୟ ମୂଳକ ଭାବେ ଟକୋନର ଅବଧି ସମୟ ମଧ୍ୟରେ ଚାଷୀଙ୍କ ଧାନ କିଣା ଯାଉନି। କଟନି ଛଟନି ନାଁରେ ୮କିଲୋ ଧାନ କଟାଯାଉଛି। ଚାଷୀଙ୍କୁ ବିଭିନ୍ନ ବାହାନାରେ ହଇରାଣ ହରକତ କରି ଅଭାବି ବିକ୍ରୀ ଭଳି କୃତ୍ରିମ ପରିସ୍ଥିତି ସୃଷ୍ଟି କରାଯାଇଛି। ଟକୋନ ଅବଧି ସରିବା ପରେ ପୁନଃ ଅବଧି ସମୟ ବୃଦ୍ଧି ନ କରିବା ଫଳରେ ରାଜ୍ୟରେ ହଜାର ହଜାର କୁଇଣ୍ଟାଲ ଧାନ ଚାଷୀଙ୍କ ନିକଟରେ ପଡ଼ି ରହିଛି।

ଚାଷୀଙ୍କୁ ଆତ୍ମହତ୍ୟା କରାଇବାକୁ ରାଜ୍ୟସରକାର ଏକରକମର ଉସୁକାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେପିର ରାଜ୍ୟ କୃଷକ ମୋର୍ଚ୍ଚା । ଚାଷୀଙ୍କ ନିକଟରେ ବଳକା ଥିବା ସମସ୍ତ ଧାନ ତୁରନ୍ତ କିଣିବାକୁ ଦାବି କରି ଆରମ୍ଭ କରିଛି ସମଗ୍ର ରାଜ୍ୟରେ ରାସ୍ତାରୋକ ଅନ୍ଦୋଳନ। ଏହି କ୍ରମରେ ଆଜି ସକାଳ ସାଢ଼େ ୧୦ଟାରୁ କୋରାପୁଟ କୃଷକ ମୋର୍ଚ୍ଚା ପକ୍ଷରୁ ଆମ୍ବାଗୁଡା ଠାରେ ଜାତୀୟ ରାଜପଥ ୨୬କୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅବରୋଧ କରାଯାଇଥିଲା। ଦୀର୍ଘ ଦେଢ଼ ଘଣ୍ଟା କାଳ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଭାରୀଯାନ, ଟ୍ରକ, କାର ଆଦି ସେଭଳି ରହିଯାଇଥିଲା। ବିଜେପି କର୍ମୀ ମାନେ ରାସ୍ତା ଉପରେ ଧାନ ବସ୍ତା ପକାଇ ଅବରୋଧ କରିଥିଲେ। ରାଜ୍ୟସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ। କୋରାପୁଟ ଜିଲ୍ଲାର ସବୁ ଚାଷୀଙ୍କର ଧାନ ଆସନ୍ତାକାଲି ସୁଦ୍ଧା କିଣା ନଗଲେ ଜିଲ୍ଲାଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ବି ଘେରାଉ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଗୌତମ ସାମନ୍ତରାୟ।

ସମ୍ବନ୍ଧିତ ଖବର