ସୁବୋଧ ନାୟକ ଚାନ୍ଦିପୁର ପିଏକ୍ସଇର ନୂଆ ନିର୍ଦ୍ଦେଶକ

ବାଲେଶ୍ବର/ଚାନ୍ଦିପୁର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ପିଏକ୍ସଇ (ପ୍ରମାଣ ତଥା ପ୍ରାୟୋଗିକ ସ୍ଥାପନା)ର ନୂଆ ନିର୍ଦ୍ଦେଶକ ଭାବେ ବୈଜ୍ଞାନିକ (ଜି) ସୁବୋଧ କୁମାର ନାୟକ ସୋମବାର ଯୋଗଦାନ କରିଛନ୍ତି। ଜଣେ ଓଡ଼ିଆ ପିଏକ୍ସଇର ନିର୍ଦ୍ଦେଶକ ଦାୟିତ୍ବ ଗ୍ରହଣ କରିଥିବାରୁ ବିଭିନ୍ନ ମହଲରେ ଖୁସି ପ୍ରକାଶ ପାଇଛି। ଏହି ଅବସରରେ ଶ୍ରୀ ନାୟକଙ୍କୁ ଅନେକ ବିଶିଷ୍ଟ ଲୋକ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ସମ୍ବଲପୁରରେ ଜନ୍ମିତ ଶ୍ରୀ ନାୟକ ୧୯୯୧ ମସିହାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରୁ ମେକାନିକାଲ୍‌ ଇଞ୍ଜିନିୟରିଂରେ ସମ୍ମାନ ସହ ସ୍ନାତକ ଶିକ୍ଷା ଶେଷ କରିଥିଲେ। ପରେ ମୁମ୍ବାଇସ୍ଥିତ ଭାରତୀୟ ବୈଷୟିକ ଅନୁଷ୍ଠାନରୁ ଏରୋସ୍ପେସ୍‌ ଇଂଜିନିୟରିଂରେ ଏମ୍‌ଟେକ୍‌ ଡିଗ୍ରି ହାସଲ ସହ ପୁନେ ଡିଆଇଏଟିରୁ ଫେଲୋସିପ୍‌ ସମାପ୍ତ କଲେ। ୧୯୯୪ ମସିହା ସେପ୍ଟେମ୍ବର ମାସରେ ଜଣେ ବୈଜ୍ଞାନିକ ଭାବେ ପୁନେ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକ‌ାଶ ସଂଗଠନ (ଡିଆର୍‌ଡିଓ)ରେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର