ଦିଲ୍ଲୀକୁ ଗଲା ଅନୁଗୁଳର ସୁସ୍ୱାଦୁ ଆମ୍ବ: ଟ୍ବିଟ୍‌କରି ଖୁସି ବ୍ୟକ୍ତକଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଅନୁଗୁଳ : ନୂଆଦିଲ୍ଲୀରେ ଅନୁଗୁଳରୁ ଯାଇଥିବା ସୁସ୍ୱାଦୁ ଆମ୍ବ ପାଇ ଖୁସିବ୍ୟକ୍ତ କରିବା ସହ ଦିଲ୍ଲୀକୁ ଆସୁଥିବା ଏହି ଆମ୍ବର ଅନନ୍ୟ ସ୍ୱାଦ ରାଜଧାନୀବାସୀଙ୍କୁ ଆକୃଷ୍ଟ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି, ମୋ ଜିଲ୍ଲା ଅନୁଗୁଳ ବାଗଡ଼ିଆ ନିକଟସ୍ଥ ଖମାର ଗାଁରେ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ଆମ୍ରପାଲି, ମଲ୍ଲିକା ଆମ୍ବ ଦିଲ୍ଲୀରେ ପାଇ ଖୁସି ଲାଗୁଛି। ଆମ୍ବ ପ୍ରଦାନ କରିଥିବା ସଫଲ୍ ପ୍ରଡକ୍ଟ କମ୍ପାନିର ଅଧିକାରୀ ପ୍ରଦୀପ୍ତ ସାହୁ ଓ ଚାଷୀ ଅଜିତ କୁମାର ଗଡନାୟକଙ୍କୁ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

ସଫଲ ପ୍ରଡକ୍ଟ, ଲାଇଭିଲିହୁଡ୍ ଅଲଟରନେଟିଭ୍ ଏବଂ ମାଆ ବାୟାଣୀ ଏଗ୍ରୋଫେଡ୍ ଏଫପିଓର ମିଳିତ ସହଯୋଗରେ ବାଗଡ଼ିଆର ଆମ୍ବ ଦିଲ୍ଲୀବାସୀଙ୍କ ପାଖରେ ପହଞ୍ଚିବା ସମ୍ଭବ ହୋଇପାରିଛି। ଏହି ପଦକ୍ଷେପ ଯୋଗୁ ଗ୍ରାମୀଣ ଉତ୍ପାଦକ ଏବଂ ସହରାଞ୍ଚଳରେ ରହୁଥିବା ଗ୍ରାହକଙ୍କ ମଧ୍ୟରେ ବ୍ୟବଧାନ ହ୍ରାସ ପାଇଛି। ଓଡ଼ିଶାର ଏହି ସୁସ୍ୱାଦୁ ଆମ୍ବ, ଦିଲ୍ଲୀରେ ଥିବା ଆମ୍ବ ପ୍ରେମୀମାନେ ଉପଭୋଗ କରିବେ। ଏହି ଉଦ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଆତ୍ମନିର୍ଭର କୃଷି ଏବଂ ଆତ୍ମନିର୍ଭର କିଷାନର ପରିକଳ୍ପନାକୁ ସାକାର କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

ସମ୍ବନ୍ଧିତ ଖବର