ଟାଟା-ବାଦାମପାହାଡ଼ ମଧ୍ୟରେ ଗଡ଼ିଲା ଦ୍ୱିତୀୟ ମେମୁ ଟ୍ରେନ୍

ରାଇରଙ୍ଗପୁର/ବାଦାମପାହାଡ଼: ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ଟାଟାନଗର-ବାଦାମପାହାଡ଼ ରେଳଲାଇନ୍‌ ବିଦ୍ୟୁତ୍‌କରଣ କାର୍ଯ୍ୟ ଶେଷ ହେବା ପରେ ୩ ମାସ ପୂର୍ବରୁ ଇଲେକ୍ଟ୍ରିକାଲ ମଲ୍‌ଟିପୁଲ ୟୁନିଟ୍ (ମେମୁ) ବିଦ୍ୟୁତ୍‌ଚାଳିତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା। ଡିଏମ୍‌ୟୁ ଚଳାଚଳ ବେଳେ ଏହି ରେଳପଥରେ ଦ୍ବିତୀୟ ପାସେଞ୍ଜର ଚଳାଚଳ ମଧ୍ୟ ଆରମ୍ଭ ହୋଇଥିଲା। ତେବେ ଲକ୍‌ଡାଉନ୍ ପରଠାରୁ ଦ୍ବିତୀୟ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା। ଆଜିଠାରୁ ପୁଣି  ଉକ୍ତ ରେଳପଥରେ ଦ୍ୱିତୀୟ ମେମୁ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି।

ପୂର୍ବରୁ ଯେଉଁ ସମୟରେ ଚାଲୁଥିଲା ଟ୍ରେନ୍ ସେହି ସମୟରେ ଚାଲିବ ବୋଲି ସୂଚନା ମିଳିଛି। ଏହି ଟ୍ରେନ୍ ଟାଟା ଷ୍ଟେସନରୁ ଭୋର ୩.୪୫ରୁ ଛାଡ଼ି ରାଇରଙ୍ଗପୁର ଷ୍ଟେସନରେ ୬.୩୦ ଓ ବାଦାମପାହାଡ଼ରେ ୭.୦୫ରେ ପହଞ୍ଚିବ। ପୁଣି ବାଦାମପାହାଡ଼ରୁ ୭.୩୦ରେ ଛାଡ଼ି ୧୧ଟା ସମୟରେ ଟାଟାନଗର ଷ୍ଟେସନରେ ପହଞ୍ଚିବ। ଏହି ଟ୍ରେନ୍‌ଟି ଗୋରୁମହିଷାଣୀ ଷ୍ଟେସନ ଯାଉନଥିବାରୁ ଅଞ୍ଚଳବାସୀ ଗୋରୁମହିଷାଣୀ ଷ୍ଟେସନକୁ ପ୍ରବେଶ ଓ ଟାଟା ପରିବର୍ତ୍ତେ ରାଉରକେଲା ଇସ୍ପାତନଗର ପର୍ଯ୍ୟନ୍ତ ଯିବା ପାଇଁ ଦାବି କରିଛନ୍ତି। ଦ୍ୱିତୀୟ ମେମୁ ଟ୍ରେନ୍‌ ଆଜି ଆସିବା ପରେ ଅଞ୍ଚଳବାସୀ ଟ୍ରେନ୍‌ର ଦୁଇ ଲୋକୋ ପାଇଲଟ (ଡ୍ରାଇଭର)ଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ।

ସମ୍ବନ୍ଧିତ ଖବର