‘ଆଜାଦୀ କା ଅମୃତ ମହୋତ୍ସବ’କୁ ବିରୋଧ କରନ୍ତୁ: ମାଓନେତା ଗଣେଶ

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। କାମରେ ନିୟୋଜିତ ଥିବା ଏକ ଟ୍ରକକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଛନ୍ତି।ଟ୍ରକକୁ ନିଆଁ ଲଗାଇ ପୋଡି ଦେବା ପରେ ସେଠାରୁ ଫେରାର ହୋଇଯାଇଛନ୍ତି। ଘଟଣା ଅନୁଯାୟୀ ସୁକମା ଜିଲ୍ଲାର ସୀମାରେ ବୋହିଯାଉଥିବା ଗୋଦାବରୀ ନଦୀରେ ଲଗାତାର ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କିଷ୍ଟରାମ ଥାନା ଅଂଚଳର କାସାରାମ ଗ୍ରାମରେ ନିର୍ମାଣ ହୋଇଥିବା ବ୍ରିଜ ଧୋଇ ହୋଇ ଯାଇଥିଲା। ଠିକାଦାରକୁ ତୁରନ୍ତ ଏହାକୁ ମରାମତି କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଥିଲେ।

ତେବେ ଠିକାଦାର ସୁରକ୍ଷା କର୍ମୀଙ୍କୁ ଅବଗତ ନକରାଇ କାମ ଆରମ୍ଭ କରିଥିଲା। ଆଜି କାମରେ ନିୟୋଜିତ ପାଇଁ ଆସିଥିବା ଟ୍ରକକୁ ନକ୍ସଲ ଦେଖିଥିଲେ। ତୁରନ୍ତ ଟ୍ରକକୁ ନିଆଁ ଲଗାଇ ପୋଡି ଦେବା ସହ ବ୍ରିଜ କାମକୁ ବିରୋଧ କରିଥିଲେ। କାମକୁ ତୁରନ୍ତ ବନ୍ଦ କରିବାକୁ ନକ୍ସଲ ଚେତାବନୀ ଦେଇ ସେଠାରୁ ଫେରାର ହୋଇଯାଇଥିଲେ। ଏ ସଂପର୍କରେ ଏସପି ସୁନିଲ ଶର୍ମା ସ୍ପଷ୍ଟିକରଣ ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର