ପ୍ରାର୍ଥିପତ୍ର ଦାଖଲ କଲେ ଅନନ୍ତ

ଭୁବନେଶ୍ୱର: ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା(ବୁନୁ) ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସକାଳ ୯ଟାରୁ ଏକ ବିଶାଳ ମୋଟର୍‌ ସାଇକେଲ୍‌ ଶୋଭାଯାତ୍ରାରେ ୟୁନିଟ୍ ୮ ହନୁମାନ ମନ୍ଦିର ନିକଟରୁ ବାହାରିଥିଲେ ବୁନୁ। ପାୱାର ହାଉସ, ଶାସ୍ତ୍ରୀନଗର, ରେଡକ୍ରସ ଭବନ, ହାଉସିଂବୋର୍ଡ, ରାମମନ୍ଦିର, ମାଷ୍ଟରକ୍ୟାଣ୍ଟିନ, ରାଜମହଲ, କଳ୍ପନାଛକ ଦେଇ ମାଉସୀ ମା’ ଛକରେ ପହଞ୍ଚିଥିଲେ। ବାଟରେ ବିଭିନ୍ନ ସ୍ଥାନରେ ବହୁ ମହିଳା ଓ ସାମାଜିକ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶୋଭାଯାତ୍ରା ସହ ପାରମ୍ପରିକ ନୃତ୍ୟ ବେଶ୍‌ ଚିତ୍ତାକର୍ଷକ ଥିଲା। ମାଉସୀ ମା’ ଛକ ନିକଟରେ ବୁନୁଙ୍କ ବହୁ ସଂଖ୍ୟାରେ ସମର୍ଥକ ଓ ଶୁଭେଚ୍ଛୁ ଏକାଠି ହୋଇଥିଲେ। ପୁରୁଣା ବିଏମ୍‌ସି କାର୍ଯ୍ୟାଳୟରୁ ଗୋସାଗରେସ୍ୱର ଛକ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଲୋକାରଣ୍ୟ ହୋଇ ଯାଇଥିଲା। ସେଠାରେ ଯୁବ, ଛାତ୍ର, ମହିଳା, ବରିଷ୍ଠ ନାଗରିକ, କିନ୍ନର, ରାମକୃଷ୍ଣ ଲେପର୍ସି କଲୋନିବାସୀଙ୍କ ସମେତ ବିଭିନ୍ନ ସଂଘର କର୍ମକର୍ତ୍ତା ସେଠାରେ ବୁନୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ମାଉସୀ ମା’ ଛକରୁ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ମେୟର ସୁଲୋଚନା ଦାସ, ସମସ୍ତ କର୍ପୋରେଟର, ପୂର୍ବତନ କର୍ପୋରେଟର, ରାଜ୍ୟ ଜିଲ୍ଲା ବିଜେଡି କର୍ମକର୍ତ୍ତାଙ୍କ ସହ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଶ୍ରୀ ଜେନା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।

ସମ୍ବନ୍ଧିତ ଖବର