ଟ୍ରାକ୍ଟର ଧକ୍କାରେ ଯୁବକ ମୃତ

ଥୁଆପାଲି: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍‌ ନିକଟରେ ମଂଗଳବାର ରାତି ୧୦ଟା ସମୟରେ ଏକ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଭେଡ଼େନ ଶାନ୍ତିନଗର ପଡ଼ାର ସାନନ୍ଦ ବାଗ(୨୬)। ଭେଡ଼େନ-ବରଗଡ଼ ରାସ୍ତାର ଭେଡେନ ବ୍ଲକ୍‌ ସମ୍ମୁଖରେ ଟ୍ରାକ୍ଟର ବରଗଡ଼ ପଟରୁ ଆସୁଥିବେଳେ ସାନନ୍ଦ ବୀପରିତ ଦିଗରୁ ଆସୁଥିଲେ। ଟ୍ରାକ୍ଟର ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଖବର ପାଇ  ରାତିରେ ଘଟଣାସ୍ଥଳରେ ପହଂଚି ତନାଘନା ଚଳାଇଥିଲା।

ତେବେ ଘଟଣାସ୍ଥଳରେ  ବାଇକ୍‌ ଓ ଟ୍ରାକ୍ଟର ନଥିବାରୁ  ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।  ପରେ  ଟ୍ରାକ୍ଟରକୁ  ମଧ୍ୟରାତ୍ରିରେ ହାଇସ୍କୁଲ ସମ୍ମୁଖରୁ ପୁଲିସ ଜବତ କରିଥିଲା। ଟ୍ରାକ୍ଟରର ନମ୍ବର ନଥିବାବେଳେ ତାହା ବାଘପାଲି ଗ୍ରାମର ପ୍ରଶାନ୍ତ ପଧାନଙ୍କର ବୋଲି ପୁଲିସ କହିଛି। ପୁଲିସ୍‌ ରାତି ଅଧରେ ଶବ ଜବତ କରି ବରପାଲି ଦେଇ ବରଗଡ଼ ପଠାଇବା ଏବଂ ଉତ୍ତେଜନା ପରେ ଟ୍ରାକ୍ଟର ଜବତ କରିବା ଘଟଣାକୁ ନେଇ  ତଦନ୍ତକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି। ଅନ୍ୟପକ୍ଷରେ ଦୁର୍ଘଟଣାଗ୍ରସ୍ତ ବାଇକ୍‌ ମଧ୍ୟ ବିଳମ୍ବରେ ଠାବ ହୋଇଛି।

ସମ୍ବନ୍ଧିତ ଖବର