ବାରିପଦାରେ ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ଶିଳାନ୍ୟାସ ସମାରୋହ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ବାରିପଦା : ବାରିପଦା ପୌରପରିଷଦ ଅନ୍ତର୍ଗତ ଭୁଗୁଡ଼ାକଟାରେ ମର୍ଯାଦାପୁରୁଷୋତ୍ତମ ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ଭବ୍ୟ ଶିଳାନ୍ୟାସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇଥିଲେ। ଦଳମତ ନିର୍ବିଶେଷରେ ସମସ୍ତେ ମନ୍ଦିର ନିର୍ମାଣ ପାଇଁ ଆଗେଇ ଆସିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଭୁଗୁଡ଼ାକଟା ଟେମ୍ପଲ୍ ଚେରିଟେବଲ ଟ୍ରଷ୍ଟ ପକ୍ଷରୁ ଏକ ଭବ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଲାଗି ନିଜସ୍ବ ଭୂମି ଉପରେ ପ୍ରଭୁ ଶ୍ରୀରାମଙ୍କ ପତାକା ଉତ୍ତୋଳନପୂର୍ବକ ମନ୍ଦିର ନିର୍ମାଣ ଲାଗି ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ। ଏହି ଅବସରରେ ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ, ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସୋରେନ, ବରିଷ୍ଠ ବିଜେପି ନେତା ଜୀବନ ସାହୁ, କବିବିଷ୍ଣୁ ଶତପଥୀ, ଟ୍ରଷ୍ଟର ସଭାପତି ସୁରେଶ ଚନ୍ଦ୍ର ଭୁଜବଳ, ସମ୍ପାଦକ ତଥା କାର୍ଯ୍ୟକ୍ରମର ନେତୃତ୍ବ ନେଉଥିବା ପୂର୍ବତନ କାଉନସିଲର ଲକ୍ଷ୍ମୀଧର ହାବଡ଼ା, ବଟକୃଷ୍ଣ ସାମଲ, ସରୋଜ କୁମାର ପାତ୍ର, ତ୍ରିଲୋଚନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅତଥିମାନଙ୍କୁ ଏକ ଶୋଭାଯାତ୍ରାରେ ମନ୍ଦିର ନିର୍ମାଣ ସ୍ଥଳକୁ ପାଛୋଟି ଅଣାଯାଇଥିଲା।

ସମ୍ବନ୍ଧିତ ଖବର