ଅଦିନିଆ ରଥଯାତ୍ରା ପ୍ରସଙ୍ଗ: ଇସ୍କନକୁ ତାଗିଦ୍‌ କରିବା ସମୟ ଆସିଛି: ମହେଶ୍ବର ମହାନ୍ତି

ଭୁବନେଶ୍ବର : ମୁମ୍ବାଇରେ ଇସ୍କନ୍‌ ସଂସ୍ଥା ପକ୍ଷରୁ ଅଦିନିଆ ରଥଯାତ୍ରାକୁ ୫ ଦିନ ବିତିଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଚୁପ୍ ବସିଛି। ଆଜି ଏହି ଘଟଣାରେ ମୁହଁ ଖୋଲି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପୁରୀ ବିଧାୟକ ମହେଶ୍ବର ମହାନ୍ତି କହିଛନ୍ତି, ଏହା ବିରୋଧରେ ଜୋରଦାର ବିରୋଧ ହେବ। ଏ ନେଇ ଇସ୍କନ୍‌ ସଂସ୍ଥାକୁ ତାଗିଦ୍‌ କରିବା ବେଳ ଆସିଛି। ସେ ନିଜେ ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦେବେ ବୋଲି କହିଥିଲେ। ତେବେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଇନ ବିଭାଗକୁ ଦାୟିତ୍ବ ଠେଲି ଦେଇଛନ୍ତି। ସେ କହିଥିଲେ, ଘଟଣା ସମ୍ପର୍କରେ ସରକାର ଅବଗତ ଅଛନ୍ତି। ରାଜ୍ୟ ବାହାରର ସଂସ୍ଥା ଯେହେତୁ ଆମ ନିୟମ ଭିତରେ ନାହାନ୍ତି ସେଥିପାଇଁ ଏପରି ଅଣପରମ୍ପରା ଉତ୍ସବ ଦେଖିବାକୁ ମିଳୁଛି। ସରକାର ଆଇନଅନୁଯାୟୀ ପଦକ୍ଷେପ ନେବେ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ।

ସମ୍ବନ୍ଧିତ ଖବର