ଫୋନି ସଂପର୍କରେ ଆମେରିକା ନୌସେନାର ରିପୋର୍ଟ : ୨୮ ମିଟର ଉଚ୍ଚା ଢେଉ ଉଠିବ, ପବନର ବେଗ ଘଣ୍ଟା ପ୍ରତି ୨୬୦ କିମି ଟପିବ

ଭୁବନେଶ୍ୱର : ବିଷୁବ ବୃତ୍ତ ନିକଟରେ ସୃଷ୍ଟି ହୋଇ ଭାରତ ମହାସାଗର ଓ ବଙ୍ଗୋପସାଗର ଦେଇ ଓଡ଼ିଶା ଆଡକୁ ମୁହାଁଉଥିବା ଅତି ଭୟାନକ ସାମୁଦ୍ରିକ ବାତ୍ୟା ‘ଫୋନି’ ଉପରେ ସାରା ବିଶ୍ୱର ପ୍ରମୁଖ ପାଣିପାଗ ସଂସ୍ଥାମାନେ ନଜର ରଖିଛନ୍ତି । ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଉପରେ ଭାରତ ସରକାରଙ୍କ ସମେତ ଓଡ଼ିଶା ଓ ଅନ୍ୟ ରାଜ୍ୟ ସରକାରମାନେ ନିର୍ଭର କରୁଥିବାବେଳେ ଆମେରିକା ନୌସେନା ମଧ୍ୟ ଏହାଉପରେ ତୀକ୍ଷଣ ନଜର ରଖିଛି ।

ଆମେରିକା ନେଭିର ଜଏଣ୍ଟ ଟାଇଫୁନ ଓ୍ଵାର୍ଣ୍ଣିଂ ସେଣ୍ଟରର ରିପୋର୍ଟ ଅନୁସାରେ ଯେଉଁ ପ୍ରଳୟଙ୍କରୀ ଶକ୍ତି ନେଇ ମହାବାତ୍ୟା ଆସୁଛି ତାହା ଓଡ଼ିଶାର ଉପକୂଳକୁ ସଂପୂର୍ଣ୍ଣ ପୋଛିଦେବ । ପ୍ରାୟ ୨୮ ମିଟର ଉଚ୍ଚତାର ଢେଉ ଉଠିବାର ସମ୍ଭାବନା ବ୍ୟକ୍ତି କରିଛି ୟୁଏସ ନେଭି । ଏହା ସହିତ ପବନର ବେଗ ୧୧୫ ନଟ୍‌ ବା ଘଣ୍ଟାପ୍ରତି ୨୧୨ କିଲୋମିଟରରୁ ଆରମ୍ଭ କରି ୧୪୦ ନଟ ବା ଘଣ୍ଟା ପ୍ରତି ୨୬୦ କିଲୋମିଟର ବେଗରେ ପବନ ବୋହିପାରେ । ଏପରି ହେଲେ ଓଡ଼ିଶାରେ ଏହାର ପ୍ରଭାବ ଅତି ପ୍ରଳୟଙ୍କରୀ ରହିବ । ଉପକୂଳ ଓଡ଼ିଶାରେ ପ୍ରବଳ କ୍ଷୟକ୍ଷତି ହେବା ଆଶଙ୍କା କରାଯାଉଛି ।

ସମ୍ବନ୍ଧିତ ଖବର