ଗାଡ଼ିରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିଲେ ପୁଲିସ ବାବୁ, ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ବର: ଓଡ଼ିଶା ଷ୍ଟେଟ୍‌ ଆର୍ମ ପୁଲିସ (ଓଏସ୍‌ଏପି)ର ପ୍ରଥମ ବାଟାଲିୟନ କମାଣ୍ଡାଣ୍ଟ ସୁନୀଲ କୁମାର ବେହେରାଙ୍କ ୫ଟି ଠିକଣାରେ ଶନିବାର ରାତିରେ ଭିଜିଲାନ୍ସ ଚଢ଼ଉ କରିଛି। ଏଥିରେ ଢେଙ୍କାନାଳ, କଟକ, ଭୁବନେଶ୍ବର ଓ ପୁରୀର ଠିକଣା ସାମିଲ ରହିଛି।

ସୂଚନା ଅନୁସାରେ ପୁଲିସ କର୍ମଚାରୀ ସୁନୀଲ କୁମାର ବେହେରା ଆଜି ରାତିରେ ଢେଙ୍କାନାଳରୁ ଏକ ଗାଡ଼ିରେ କଟକ ଯାଉଥିଲେ। ସ‌େ ଲକ୍ଷାଧିକ ଟଙ୍କା ନେଇ କଟକ ଯାଉଥିବା ନେଇ ଭିଜିଲାନ୍ସ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ଆଧାରରେ ଭିଜିଲାନ୍ସ ଟିମ୍‌ କଟକର ସିଡିଏ ସେକ୍ଟର-୧୧ର ମଧୁସୂଦନ ସେତୁ ନିକଟରେ ଛକି ବସିଥିଲେ। ଘଟଣାସ୍ଥଳକୁ ସୁନୀଲ ପହଞ୍ଚିଲା ପରେ ଭିଜିଲାନ୍ସ ଟିମ୍‌ ଗାଡ଼ି ଅଟକାଇବା ସହିତ ଯାଞ୍ଚ କରିଥିଲେ। ଗାଡ଼ି ଭିତରୁ ନଗଦ ମୋଟ ୧,୩୧,୫୩୫ ଟଙ୍କା ମିଳିଥିଲା। ଏତେ ଟଙ୍କା ଜବତ ହେଲା ପରେ ଭିଜିଲାନ୍ସ ବିଭାଗର ସନ୍ଦେହ ବଢ଼ିଥିଲା। ଏହା ପରେ ଭିଜିଲାନ୍ସ ଟିମ୍‌ ଶ୍ରୀ ବେହେରାଙ୍କ କଟକସ୍ଥିତ ବାସଭବନରେ ଚଢ଼ାଉ କରିଥିଲେ। ନିବାସରେ ଚଢ଼ଉ ସମୟରେ ପୁଣି ୮.୭୦ ଲକ୍ଷ ଟଙ୍କା ମିଳିଥିଲା। ତେବେ ରିପୋର୍ଟ ଲେଖାଯିବା ବେଳକୁ ଚଢ଼ଉ ଜାରି ରହିଛି।

ସମ୍ବନ୍ଧିତ ଖବର