ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ର ପାସ୍‌ଓ୍ଵାର୍ଡ଼ ଆଉ କାହା ପାଖରେ ନାହିଁ ତ? କେମିତି ଜାଣିବେ

ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ବଢ଼ୁଥିବା ଟେକ୍‌ନୋଲୋଜି ସହିତ ଅନେକ ପ୍ରକାରର ଅନ୍‌ଲାଇନ୍‌ ଠକାମି ମଧ୍ୟ ବଢ଼ିବାରେ ଲାଗିଛି। ତେବେ ଏହା ମଧ୍ୟରେ ହ୍ୟାକିଂଗ୍‌ ର ଭୟ ଅଧିକ ପରିମାଣରେ ବୃଦ୍ଧି ପାଇଛି।ତେଣୁ ଏଥିରୁ ମୁକ୍ତି ପାଇବାକୁ ହେଲେ ପ୍ରଥମତଃ ଆପଣଙ୍କୁ ଆପଣଙ୍କର ‘ଫେସ୍‌ବୁକ୍‌ ଆକାଉଣ୍ଟ୍‌’ର ପାସ୍‌ଓ୍ଵାର୍ଡ଼ ଅନ୍ୟ କୌଣସି ବ୍ୟକ୍ତିଙ୍କ ପାଖରେ ଅଛି କି ନାହିଁ,ତାହାକୁ ପ୍ରଥମେ ଜାଣିବାକୁ ହେବ। ତେବେ ଏ ନେଇ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ କହିବୁ,ଯେଉଁ ଉପାୟର ଉପଯୋଗ କରି ଆପଣ କେବଳ ୧୦ ସେକେଣ୍ଡରେ ହିଁ ଜାଣିଯିବେ ଯେ, ଆପଣଙ୍କ ‘ଫେସ୍‌ବୁକ୍‌ ଆକାଉଣ୍ଟ୍‌’ର ‘ପାସ୍‌ଓ୍ଵାର୍ଡ଼’ ଅନ୍ୟ କୌଣସି ବ୍ୟକ୍ତିଙ୍କ ପାଖରେ ରହିଛି ନା ନାହିଁ ?

ତେବେ ଏ ନେଇ ଆପଣଙ୍କୁ ପ୍ରଥମେ ଆପଣଙ୍କର ଫେସ୍‌ବୁକ୍‌ ଆକାଉଣ୍ଟ୍‌ ର ‘ଆକାଉଣ୍ଟ୍‌ ସେଟିଙ୍ଗ୍‌’କୁ ଯିବାକୁ ହେବ। ଯେଉଁଠାରେ କି ଆପଣଙ୍କୁ ଏଠାରେ ‘ସିକ୍ୟୁରିଟି ଏବଂ ଲଗ୍‌ ଇନ୍‌’ଅପ୍‌ସନ୍‌ ଦେଖାଯିବ, ଏହାକୁ ଆପଣଙ୍କୁ କ୍ଲିକ୍‌ କରିବାକୁ ହେବ।ଏହାକୁ କ୍ଲିକ୍‌ କରିବା ପରେ ଆପଣଙ୍କୁ ଏଠାରେ ‘ହେ୍ଵଆର୍‌ ୟୁଆର୍‌ ଲଗ୍‌ଡ଼ ଇନ୍‌’ଅପ୍‌ସନ୍‌ ଦେଖାଯିବ। ତେଣୁ ଆପଣଙ୍କୁ ଏହାକୁ ଧ୍ୟାନର ସହିତ ଦେଖିବାକୁ ହେବ। କାରଣ ଏଠାରେ ହିଁ ଆପଣଙ୍କୁ ଜଣାପଡ଼ିବ କି ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ କେଉଁ ସ୍ଥାନରୁ ଏବଂ କେଉଁ ମୋବାଇଲ କିମ୍ବା କଂପ୍ୟୁଟର୍‌ରୁ ଖୋଲାଯାଇଛି!ଆଉ ଯଦି ଆପଣ ଏଠାରେ କୌଣସି ଏକ ଏପରି ସ୍ଥାନରୁ ଆପଣଙ୍କର ଫେସ୍‌ବୁକ୍‌ ଆକାଉଣ୍ଟ୍‌ ଲଗ୍‌ଇନ୍‌ ହେବାର ଦେଖୁଛନ୍ତି ଯେଉଁ ସ୍ଥାନକୁ ଆପଣ କେବେ ବି ଜାଣିନାହାନ୍ତି, ତେବେ ଜାଣନ୍ତୁ କି ଆପଣଙ୍କ ‘ଫେସ୍‌ବୁକ୍‌ ଆକାଉଣ୍ଟ୍‌’ର ପାସ୍‌ଓ୍ଵାର୍ଡ଼ ଅନ୍ୟ କୌଣସି ବ୍ୟକ୍ତିଙ୍କ ପାଖରେ ରହିଛି। ଏହାପରେ ଏଠାରେ ରହିଥିବା ସିକ୍ୟୁର୍‌ ଅପ୍‌ସନ୍‌ କୁ ଯାଇ ଆପଣଙ୍କ ଫେସ୍‌ବୁକ୍‌ ଆଇଡ଼ି କୁ ସୁରକ୍ଷିତ ରଖନ୍ତୁ କିମ୍ବା ଆପଣଙ୍କ ‘ଫେସ୍‌ବୁକ୍‌ ଆକାଉଣ୍ଟ୍‌’ର ପାସ୍‌ଓ୍ଵାର୍ଡ଼ କୁ ପରିବର୍ତ୍ତନ କରନ୍ତୁ!

ସମ୍ବନ୍ଧିତ ଖବର