ମାଲକାନଗିରି ସୀମାନ୍ତରେ ପୁଲିସ- ମାଓବାଦୀ ଗୁଳି ବିନିମୟ, ୭ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ତଥା ଛତିଶଗଡ଼- ତେଲେଙ୍ଗାନା ସୀମାନ୍ତରେ ସୁରକ୍ଷା କମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳି ବିନିମୟରେ ୭ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ସେମାନଙ୍କ ଠାରୁ ଏସଏଲଆର ବନ୍ଧୁକ,ରଭଲଭର, ଥ୍ରିି ନଟ୍‌ ଥ୍ରି ବନ୍ଧୁକ,ରକେଟ ଲଞ୍ଚର, ହ୍ୟାଣ୍ଡ ଗ୍ରେନଡ ପ୍ରଭୃତି ଜବତ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ର ବିଜାପୁର ଜିଲ୍ଲା ଇପେଣ୍ଟା ଠାରେ ଆଜି ସକାଳେ ତେଲେଙ୍ଗାନାର ଗ୍ରେହାଉଣ୍ଡ, ଛତିଶଗଡ଼ ପୁଲିସ ମିଳିତ ଭାବେ କମ୍ବିଂ ଅପରେସନ୍‌ ଚଳାଇଥିିବା ବେଳେ ସେଠାରେ ଏକ ମାଓ କ୍ୟାମ୍ପ ଠାବ କରିଥିଲେ। ତେବେ ଏହି ସୁରକ୍ଷା କର୍ମୀଙ୍କ ଉପରକୁ ମାଓବାଦୀମାନେ ଗୁଳି ଚଳାଇବାରୁ ସୁରକ୍ଷା ବାହିନୀ ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା। ସୁରକ୍ଷା କର୍ମୀଙ୍କ ଏହି ଆକ୍ରମଣରେ ୨ ପୁରୁଷ ଓ ୫ ମହିଳା ମାଓବାଦୀ ପ୍ରାଣ ହରାଇଥିବା ଜଣାଯାଇଛି। ଜଙ୍ଗଲ ଭିତରେ ୨୦ ଜଣ ମାଓବାଦୀ ମୃତ୍ୟୁ ବରଣ କରିଥିବା କୁହାଯାଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତଦେହ ଜବତ କରାଯାଇ ପାରିଛି।

ସମ୍ବନ୍ଧିତ ଖବର