ଇର୍‌ଫାନ୍‌ ଏବଂ ସୋନାଲିଙ୍କ ପରେ ଏବେ ଏହି ବଲିଉଡ୍‌ ଷ୍ଟାର କର୍କଟ ରୋଗର ଶିକାର ହେଲେ କି ?

ମୁମ୍ବାଇ : ବଲିଉଡ୍‌ କଳାକାର ଇର୍‌ଫାନ୍‌ ଖାନ୍‌ ଏବଂ ସୋନାଲି ବେନ୍ଦ୍ରେଙ୍କ ପାଇଁ ଏ ବର୍ଷ ଖୁବ୍‌ କଷ୍ଟ ଦାୟକ ସାବ୍ୟସ୍ତ ହୋଇଛି । ପ୍ରଥମେ ଇର୍‌ଫାନ ଖାନ୍‌ କର୍କଟ ରୋଗର ଶିକାର ହୋଇ ନିଜ ଚିକିତ୍ସା ଆରମ୍ଭ କରିଥିବା ବେଳେ ପରେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ମଧ୍ୟ କର୍କଟ ରୋଗର ଶିକାର ଥିବା ଜଣା ପଡ଼ିଥିଲା । ଦୁଇ ଜଣ ନିଜ ନିଜର ରୋଗ ବିଷୟରେ ସୋସିଆଲ ମିଡିିଆ ଜରିଆରେ ସମସ୍ତଙ୍କୁ ଜଣାଇଥିଲେ । ଏ ଦୁଇ ଜଣଙ୍କ ପରେ ଏବେ ଆଉ ଜଣେ ବଲିଉଡ୍‌ର କଳାକାର କର୍କଟ ରୋଗର ଶିକାର ହୋଇଥିବା ଜଣାପଡ଼ିଛିା

୯୦ ଦଶକର ଲୋକପ୍ରିୟ ଗୀତିକାର ଲକି ଅଲ୍ଲୀ ନିଜ ଟ୍ଵିଟର ଆକାଉଣ୍ଟକୁ ଯାଇ ନିଜ କର୍କଟ ରୋଗ ବିଷୟରେ ସମସ୍ତଙ୍କୁ ଜଣାଇଥିବା ଦେଖିବାକୁ ମିଳିଛି । ଏହି ଖବର ପରେ ସବୁ ସଙ୍ଗୀତପ୍ରେମୀଙ୍କ ସମେତ ତାଙ୍କ ପ୍ରଶଂସକମାନଙ୍କୁ ଶକ୍ତ ଝଟ୍‌କା ଲାଗିଛି । ନିଜ ଟ୍ଵିଟ୍‌ରେ ଡ଼ିଅର କେମୋ ଥେରାପି,ତୁମେ କେବେ ହେଲେ ଶେଷ ବିକଳ୍ପ ହୋଇ ପାରିବ ନାହିଁ ବୋଲି ଲେଖିଥିବା ଜଣାପଡ଼ିଛି । କିନ୍ତୁ ଏହି ଖବରରେ କେତେ ସତ୍ୟତା ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ । ଅନ୍ୟ ପକ୍ଷରେ ଲକି ଅଲ୍ଲୀଙ୍କୁ କର୍କଟ ରୋଗ ହୋଇ ନାହିଁ । ଅନ୍ୟ କୌଣସି ବିଷୟକୁ ନେଇ ସେ ଏପରି ଲେଖିଛନ୍ତି ବୋଲି ଏକ ମିଡିଆ ହାଉସ୍‌ ସୂଚନା ଦେଇଛି । ଲକିଙ୍କୁ କୌଣସି ପ୍ରକାରର ରୋଗ ହୋଇ ନାହିଁ । ସେ କେବଳ କର୍କଟ ରୋଗ ପ୍ରତି ନିଜର ଭାବନା ବ୍ୟକ୍ତ କରିଛନ୍ତି ବୋଲି ବିଶେଷ ସୁତ୍ରରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର